ସ୍ୱାମୀ ର କାନ୍ଦ ସହି ନପାରି ଫେରିଲା ଧନ , ଗେଲ କରିଦେଲେ ଶଶୁର

ଭଦ୍ରକ ଧୂଷୁରୀ ଅଞ୍ଚଳ ର ଭାଇରଲ ହେଇଥିବା ଘଟଣାର ଆଜି ପଡିଛି ପୂର୍ଣ୍ଣଛେଦ I ସାବିତ୍ରୀ ରେ ସ୍ୱାମୀ ସାଙ୍ଗରେ କଲେଜ ଯାଇଥିବା ବେଳେ କାର ରେ ବସି ଚାଲିଯାଇଥିଲେ ସ୍ତ୍ରୀ I ବାହୁନି ବାହୁନି କାନ୍ଦୁଥିଲା ସ୍ୱାମୀ I ଘଟଣା ଟି ଚର୍ଚା ର ବିଷୟ ପାଲଟି ଥିଲା I ସ୍ୱାମୀ ରାହୁଲ ଗୋଛାୟତ ଙ୍କ ସ୍ତ୍ରୀ ହରପ୍ରିୟା ପଣ୍ଡା ଆଜି ଘରକୁ ଫେରି ଆସିଛନ୍ତି I ଆଜି ରାହୁଲ ଙ୍କୁ ଫୋନ କରି ତାଙ୍କ ସ୍ତ୍ରୀ ଜଣାଇଥିଲେ କି ତାଙ୍କୁ ତାଙ୍କ ମାମୁ ଘରେ ବନ୍ଦ କରି ରଖାଯାଇଛି I ଏକଥା ଶୁଣିବା ପରେ ରାହୁଲ ତାଙ୍କ ସାଙ୍ଗ ଙ୍କ ସହିତ ସେଠାରେ ପହଁଚିଯାଇଥିଲେ I

ରାହୁଲ ଙ୍କୁ ଦେଖି ଭୋ ଭୋ ହେଇ କାନ୍ଦି ଥିଲେ ସ୍ତ୍ରୀ , ଏବଂ ମାମୁ ଙ୍କ ହାତ ଛାଡି ଦୌଡ଼ି ଆସିଥିଲେ ସ୍ୱାମୀ ଙ୍କ ପାଖକୁ I ସ୍ୱାମୀ ଙ୍କ ସାଙ୍ଗରେ ଘରେ ପହଁଚିବା ପରେ ଶଶୁର ଭାବ ବିହ୍ଵଳ ହେଇ ଗେଲ କରି ପକାଇଥିଲେ ବୋହୁ କୁ ,କହିଥିଲେ କି ସେ ମୋ ବୋହୁ ନୁହେଁ ଝିଅ ,ଆମେ ତାକୁ ବହୁତ ଭଲ ପାଉ I ତା ମାମୁ ଘର ତାକୁ ଉଠାଇ ନେଇଥିଲେ , ଆମ ଘର ର ବୋହୁ ଫେରି ଆସିଛି ଆମେ ଖୁସି I

Leave a Comment