ଉପ ମୁଖ୍ୟମନ୍ତ୍ରୀ ହେବେ କି ବବି ଦାସ !!!

ନବୀନ ଙ୍କ ମନ୍ତ୍ରୀମଣ୍ଡଳ ନବକଳେବର ରେ ଅନେକ ନୂଆ ମୁଁହ ଆସିଛନ୍ତି I ଯାହା କେଭେ ହେଇନଥିଲା ତାହା ଦେଖିବାକୁ ମିଳିଛି I ପ୍ରଥମକରି ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ନାଟକୀୟ ମୋଡ ରେ ବଦଳି ଥିଲା ମନ୍ତ୍ରୀମଣ୍ଡଳ I ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଏବେ ବିଜେଡି ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଙ୍କୁ ନେଇ ଜୋରଦାର ଚର୍ଚା I ବବି ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ପାୱାର କରିଡର ରେ ଆଲୋଚନା ହେଉଛି , ଏପରିକି ଏହି ଆଲୋଚନା ଏବେ ସୋସିଆଲ ମିଡିଆରେ ମଧ୍ୟ ଚର୍ଚା ଧରିଛି I

ବବି ଭାଇ ଫ୍ୟାନ କ୍ଲବ ରେ ମଧ୍ୟ ଏଥରକ ବବି ହେବେ ଉପ ମୁଖ୍ୟମନ୍ତ୍ରୀ ବୋଲି ଏକ ଫୋଟୋ ଭାଇରଲ ହେବାରେ ଲାଗିଛି I ତେବେ ବବି ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ଆଗାମୀ ଦିନରେ ତ ଜଣାପଡିବ, କିନ୍ତୁ ବିଜେଡି ରେ ଯେ ବବି ଙ୍କ ପତିଆରା ଅକ୍ଷୁର୍ଣ୍ଣ ରହିଛି ତାହା ସମସ୍ତଙ୍କୁ ଜଣା I ଯେକୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଥମେ ବବିଙ୍କ ସହିତ ଆଲୋଚନା ପରେ ନିଷ୍ପତି ନିଆଯାଏ ବୋଲି ନବୀନ ଙ୍କ ଖାସ ଅନୁଗତ ମାନେ କୁହନ୍ତି , ସେଇଠି ପାଇଁ ତ ତାଙ୍କୁ ସାଙ୍ଗଠନିକ ସମ୍ପାଦକ ଭଳି ଏକ ନୂଆ ପଦବୀ ଦିଆଗଲା I

ନିକଟରେ ବି ଦେଖିଥିବେ ଯେତେବେଳେ ଭୁବନେଶ୍ୱର ର ପ୍ରଥମ ମହିଳା ମେୟର ଭାବେ ସୁଲୋଚନା ଙ୍କ ନାମ ଘୋଷଣା କରାଗଲା , ସୁଲୋଚନା ବବି ଦାସ ଙ୍କୁ ଯୋଡ଼ ହସ୍ତରେ ନମସ୍କାର କରିବା ସହିତ ସମସ୍ତ ଶ୍ରେୟ ଦେଇଥିଲେ I ତେଣୁ ଏସବୁ ଭିତରେ ଯଦି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଏ ଏଥିରେ ବିସ୍ମିତ ହେବାର କିଛି ନାହିଁ I

Leave a Comment