ରାଜ୍ୟ ରେ ସ୍କୁଲ ଚିକ୍ ଚିକ୍ ହେଲେ ଶିକ୍ଷା ଶୂନ୍ୟ

ରାଜ୍ୟ ରେ ଶିକ୍ଷା ବ୍ୟବସ୍ଥା କୁ ନେଇ ଅନେକ ପ୍ରଶଂସା ଗୋଟାଉଛନ୍ତି ସରକାର।

ଯଦି କେହି ଆଜି କଲି ର ସରକାରୀ ସ୍କୁଲ ଗୁଡ଼ିକ ବି ଯାଏ ଦେଖିବା ତାହେଲେ ସେ ମଧ୍ୟ ଭାଇବାକୁ ପଛାଇବନି ଯେ ରାଜ୍ୟ ସରକାର ସତରେ ଶିକ୍ଷା କ୍ଷେତ୍ର ରେ ଅନେକ ଉନ୍ନତି କରିଛନ୍ତି।

ହେଲେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କଣ ସ୍କୁଲ କାନ୍ଥ ର ରଙ୍ଗ ରୁ ଜଣା ପଡ଼ିବ କି?

ଅନେକ ସ୍କୁଲ ରେ ଶିକ୍ଷକ ଅଭାବ। ଯେତିକି ବି ଶିକ୍ଷକ ନିଯୁକ୍ତି ପାଉଛନ୍ତି ତା ଉପରେ ପୁଣି ଟଙ୍କା ଦେଇ ଜାଲିଆତି ରେ ଚାକିରି ପାଇବାର ର କଥା ଅଲଗା।

ଖାଲି ପଡିଛି ମାଳ ମାଳ ଶିକ୍ଷକ ପଦବୀ । ଅଧିକାଂଶ ସ୍ଥାନରେ ଛାତ୍ର ଓ ଶିକ୍ଷାର୍ଥୀ ଅନୁପାତ ନିୟମ ପାଳନ ହୋଇନି ।ଆଉ ଭିତ୍ତିଭୂମି କଥା ତ ନକହିବା ହିଁ ଭଲ । ଉନ୍ନତ ଶିକ୍ଷାରୁ ବାଦ ପଡୁଛନ୍ତି ପିଲାମାନେ । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । କିନ୍ତୁ ସରକାର ସ୍କୁଲ୍ ରୂପାନ୍ତରୀକରଣ କାର୍ଯ୍ୟକ୍ରମ କରି ବାହାବାଃ ନେଉଛନ୍ତି ସରକାର ।

ଛାତ୍ରଛାତ୍ରୀଙ୍କ ତୁଳନାରେ ନାହାଁନ୍ତି ଆବଶ୍ୟକୀୟ ଶିକ୍ଷକ । ବିଷୟ ଭିତ୍ତିକ ଶିକ୍ଷକଙ୍କର ତ ଯେମିତି ମରୁଡି ପଡ଼ିଯାଇଛି ।ବାସୁଦେବପୁର ବ୍ଲକ ରାଜଘରପୋଖରୀ ହାଇସ୍କୁଲ ପିଲା ସ୍କୁଲ ଯାଉଛନ୍ତି ହେଲେ ପାଠ ପଢା ଠିକ୍‌ରେ ହେଉନି । ସ୍କୁଲରେ କେବଳ ନବମ ଓ ଦଶମ ଶ୍ରେଣୀର ପିଲା ପଢନ୍ତି ।

Leave a Comment