ବିବାହ ବିଚ୍ଛେଦ କୁ ନେଇ ଏହି ପରି ଖବର କିଛି ଦିନ ହେଲାଣି ଚର୍ଚ୍ଚା ଧରିଛି, ତେବେ ଏହି ସମୟରେ ପୁଣି ଘଟିଛି ଏପରି ଏକ ଘଟଣା।
ରାତି ରେ ବାହା ହେଲେ, ଅଗ୍ନି କୁ ସାକ୍ଷୀ ରଖି ସାତ ଫେରା ବି ନେଲେ ହେଲେ ସକାଳୁ ଶାଶୁ ଘର ଯିବାକୁ ମନା କରି ଦେଲେ, ଆଉ ବାହାଘର କୁ ସ୍ବୀକାର କଲେଣି.. ଆଉ ଏହାର କାରଣ ଜାଣିଲେ ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହେଇ ଯିବେ।
ଉତ୍ତରପ୍ରଦେଶର ବାରଣାସୀରେ ଏଭଳି ଘଟଣା ଘଟିଛି।
ସୂଚନା ଅନୁସାରେ, ରବିବାର ଦିନ କାଦିପୁର ଖୁର୍ଦ ଗାଁର ଚୌହାନ ବସ୍ତିରେ ଏହି ବିବାହ ହୋଇଥିଲା। ଗାଁର ରାଜା ବାବୁ ଚୌହାନଙ୍କ ଝିଅ କାଜଲଙ୍କ ବିବାହ ସଞ୍ଜୟ ଚୌହାନଙ୍କ ସହ ସ୍ଥିର ହୋଇଥିଲା। ସଞ୍ଜୟ ବାଣ ଫୁଟାଇ ବରଯାତ୍ରୀ ଧରି ଖୁର୍ଦ ଗାଁରେ ପହଞ୍ଚିଥିଲେ। ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା। ଏପରିକି କାଜଲ ଓ ସଞ୍ଜୟ ସାତ ଫେରା ମଧ୍ୟ ନେଇଥିଲେ।
ହେଲେ ଏହା ପରଦିନ ଅର୍ଥାତ୍ ସୋମବାର ଦିନ ସବୁକିଛି ଓଲଟପାଲଟ ହୋଇ ଯାଇଥିଲା। ବିଦାୟୀ ବେଳେ ଯେତେବେଳେ ସବୁ ଜିନିଷ ଗାଡ଼ିରେ ରଖା ଯାଉଥିଲା, ଏହି ସମୟରେ କାଜଲ, ସଞ୍ଜୟଙ୍କ ସହ ଯିବାକୁ ମନା କରି ଦେଇଥିଲେ। ଏହାପରେ ସମସ୍ତଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ସଞ୍ଜୟଙ୍କ ବୟସ ଅଧିକ ହୋଇଥିବାରୁ କାଜଲ ତାଙ୍କ ସହ ଯିବାକୁ ମନା କରି ଦେଇଥିଲେ। ଏହାସହ ସେ ଏହି ବିବାହକୁ ଭାଙ୍ଗିବାକୁ ଚାହୁଁଥିଲେ।