ଆପଣ ସାଧାରଣତଃ କେତେ ଚକିଆ ଟ୍ରକ ଦେଖିଛନ୍ତି ? 6,10 ଚକିଆ କିମ୍ବା 18 ଚକିଆ ,କିନ୍ତୁ ଆମେ ଯଦି ଆପଣଙ୍କୁ ଦେଖାଇବାକୁ ଯାଉଛୁ 288 ଚକିଆ ଟ୍ରକ I ଯାହାକୁ ଦେଖିବାକୁ ପ୍ରବଳ ଭିଡ ତାହା ପୁଣି ଓଡ଼ିଶାରେ I ଟ୍ରକ ଟି ଦେଖିବାକୁ ଠିକ ରାକ୍ଷସ ଭଳି I ଏହା 7 ଦିନ ପୂର୍ବେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଲୁଣା ନଦୀ ପାଖେ ରେ ପହଁଚି ସାଲେପୁର ରୋଡ ଦେଇ କଟକ ଜଗତପୁର ରେ ପହଁଚିଛି I ଧୀରେ ଧୀରେ ଏହା ଅନୁଗୁଳ ଆଡେ ଆସୁଛି I
ଏହାର ଓଜନ ପ୍ରାୟ ସାଢେ ଛଅଶହ ଟନ୍ ରୁ ଅଧିକ I ଏହା ଯିବା ପାଇଁ ସ୍ୱତନ୍ତ୍ର ରାସ୍ତା ସହିତ ଆରଟିଓ ଅନୁମତି ଆବଶ୍ୟକ I ଅନୁଗୁଳ ଜିଲା ର ତାଳଚେର ସାର କାରଖାନା ଅଭିମୁଖେ ଏହି ଟ୍ରକ I ଏଥିରେ ପ୍ରାୟ ଡ୍ରାଇଭର ଙ୍କୁ ମିଶାଇ ୪୦ ଜଣ ଲୋକ ଗୁଜରାଟ ରୁ ଆସିଛନ୍ତି । ଏହା ଅଧିକ ଲମ୍ବା ହୋଇଥିବାରୁ ରାସ୍ତା ପୁରା ଜାମ ହେଇଯାଉଛି ,ତେଣୁ ସ୍ୱତନ୍ତ୍ର ଅନୁମତି ଦିଆଯାଇ ସ୍ପେଶାଲ ରାସ୍ତା ନିର୍ମାଣ କରାଯାଉଛି ଏବଂ ଧୀରେ ଧୀରେ ଗାଡି ଯାତ୍ରା କରୁଛି I
ତେବେ ଏଭଳି ଏକ ଟ୍ରକ କୁ ଦେଖିବାକୁ ରାସ୍ତାରେ ଅଧିକ ରୁ ଅଧିକ ଭିଡ ଜମୁଛି I କଟକ ରୁ ଅନୁଗୁଳ ଆସିବାକୁ ପ୍ରାୟ ଅଢେଇ ମାସ ସମୟ ଲାଗିଯିବ ବୋଲି ଡ୍ରାଇଭର କହିଛନ୍ତି I