ବହୁ ଚର୍ଚିତ ସମାଜସେବୀ ଆଦିତ୍ୟ ଦାଶ ଙ୍କ ମୃତ୍ୟୁ ଉପରୁ ଏଯାଏଁ ପରଦା ଉଠି ପାରୁନି I ଏବେ ବି ନ୍ୟାୟ ଅପେକ୍ଷାରେ ମାନବ ପ୍ରେମୀ ଆଦିତ୍ୟ ଙ୍କ ସମର୍ଥକ I ନିକଟରେ ଆଦିତ୍ୟ ଏବଂ ବିଦ୍ୟାଶ୍ରୀ ଙ୍କ ବିବାହ ବାର୍ଷିକୀ କୁ ଦୁଇ ବର୍ଷ ପୂରଣ ହେଇଥିବା ବେଳେ ଆଦିତ୍ୟ ଙ୍କ ହାତ ତିଆରି ଜରାଶ୍ରମ ରେ ଅନ୍ତେ ବାସି ଙ୍କ ସହିତ ବିବାହ ବାର୍ଷିକୀ ପାଳିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଶ୍ରୀ I ତେବେ ସୋସିଆଲ ମିଡ଼ିଆ ରେ ବିଦ୍ୟାଶ୍ରୀ ଆଉ ଥରେ ବିବାହ କରିବେ ନେଇ ହେଉଥିବା ଚର୍ଚା ଉପରେ ଯବନିକା ଟାଣିଛନ୍ତି ବିଦ୍ୟାଶ୍ରୀ I କହିଛନ୍ତି କି ମୋ ଘର ଲୋକ ଚାଁହୁଛନ୍ତି ମୁଁ ଆଉ ଥରେ ବିବାହ କରେ I
ଆମେ ଜଣେ ଜୀବିତ ଲୋକ ଙ୍କୁ କେୟାର କଲେ ବଦଳରେ ସେ ଆମକୁ କେୟାର କରେ ସେଥିପାଇଁ ଭଲ ପାଉ ଆଇ ଲଭ ୟୁ କହିଲେ ଆଇ ଲଭ ୟୁ ରିଟର୍ନରେ ଶୁଣିବାକୁ ପାଉ ସେଥିପାଇଁ ଭଲ ପାଉ। କିନ୍ତୁ କେବଳ ଯେ ଫିଜିକାଲି ଉପସ୍ଥିତ ଥିଲେ ଭଲପାଇବା ଥାଏ ସେମିତି ନୁହେଁ , ଆଦିତ୍ୟ ମତେ ବହୁତ ଭଲ ପାଉଥିଲେ , ମୁଁ ସାରା ଜୀବନ ଆଦିତ୍ୟ ଙ୍କ ପାଇଁ ଅପେକ୍ଷା କରିବି I
ଆଜି ଆଦିତ୍ୟ ସିନା ନାହାନ୍ତି କିନ୍ତୁ ତାଙ୍କ ଆତ୍ମା ନଷ୍ଟ ହୋଇନି।ଏବେ ବି ମୁଁ ତାଙ୍କ ସହିତ ମୋ ସୁଖ ଦୁଃଖ ତାଙ୍କ ଫୋଟୋ ସହ ସେୟାର କରେ। ଏପରିକି ଡ଼ାଇରୀ ର ଶେଷ ଫର୍ଦ୍ଧ ରେ ମଧ୍ୟ ଆଦିତ୍ୟ ଲେଖିଛନ୍ତି କି ଶ୍ରୀ ମୁଁ ତମକୁ ବହୁତ ଭଲ ପାଏ ତମେ ବହୁତ ଭଲ।ଉପରେ ରହି ମୁଁ ତମକୁ ବହୁତ ମିସ କରିବି। ମୁଁ ତଳେ ରହିକି କେମିତି ତାଙ୍କୁ ମିସ କରିବିନି I