ଆଜି ରିଲିଜ୍ ହେଉଛି ବିଶ୍ଵନାଥ, ସୋସିଆଲ ମିଡ଼ିଆ ରେ ଟ୍ରଲ୍ ହେଉଛନ୍ତି ସମ୍ବିତ୍

ନିକଟରେ ବାପା ହେଇଛନ୍ତି ଓଲିଉଡ୍‌ ଷ୍ଟାର ସମ୍ବିତ୍‌ ଆଚାର୍ଯ୍ୟ। ପତ୍ନୀ ସୟୋନା ମହାପାତ୍ର କଟକର ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏପଟେ ଏଇ ରଜ ରେ ସମ୍ବିତ ଙ୍କ ବିଶ୍ୱନାଥ ଚଳଚିତ୍ର ଆଜି ମୁକ୍ତିଲାଭ କରିବାକୁ ଯାଉଛି I ତେବେ ସମ୍ବିତ ନୁଆ ଫିଲ୍ମ କୁ ନେଇ ସୋସିଆଲ ମିଡ଼ିଆ ରେ ପ୍ରବଳ ଟ୍ରୋଲ କରୁଛନ୍ତି ୟୁଜର I

ପ୍ରାୟ ଲେଖୁଛନ୍ତି କି ଚକୁଳି ନାଥ ରଖାଯାଉ ଫିଲ୍ମ ନା,

ତେବେ ଆପଣ ଭାବୁଥିବେ ଏ ଚକୁଳି ନାଥ କାହିଁକି ? କଥା କଣ କି ସମ୍ବିତ ରଜ କୁଇନ୍ ନାମକ ଏକ ଶୋ ରେ ଜଜ ହେଇ ଯେଭଳି ଯୁବତୀ ମାନଙ୍କୁ ଅଯୁକ୍ତିକର ପ୍ରଶ୍ନ ପଚାରି ଟ୍ରଲ କରନ୍ତି ,ପବ୍ଲିକ ଙ୍କ ରାଗ ପଞ୍ଚମ ରେ , ସେଇ ସବୁ ରାଗ ଏବେ ସେ ସମ୍ବିତ ଙ୍କ ଉପରେ ସୋସିଆଲ ମିଡିଆରେ ସୁଝାଉ ଛନ୍ତି I

ସମ୍ବିତ ଙ୍କ ପ୍ରଶ୍ନ ଯଥା ବାରବାଟୀ ର ମୁଣ୍ଡି କିଏ ମାରିଥିଲେ , ସମୁଦ୍ର ମଝିରେ କିଏ ?ସମ୍ବିତ ଙ୍କ ସାଙ୍ଗରେ ଥିବା ଅନ୍ୟ ଜଜ ଜ୍ୟୋତି ପଚାରି ଥିଲେ ଚକୁଳି ରେ କେତେଟା କଣା ! ଏବେ ସମ୍ବିତ ଙ୍କ ନୁଆ ଫିଲ୍ମ  ପରେ ସାଧାରଣ ପବ୍ଲିକ କହୁଛନ୍ତି ଫିଲ୍ମ ନା ଚକୁଳି ନାଥ ରଖାଯାଉ I

Leave a Comment