ୟୁଟୁବ କମେଡି ଷ୍ଟାର ତଥା ମେମେ ମାଷ୍ଟର ଗୁଲୁଆ ଙ୍କ ବାଇଟ କୁ ନେଇ ଏବେ ସୋସିଆଲ ମିଡ଼ିଆ ପଡୁଛି ଉଠୁଛି I ତେବେ ମାଦକ ଦ୍ରବ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ,ଏଥିରୁ ସମସ୍ତେ ଦୁରେଇ ରହିବା ଆବଶ୍ୟକ I ମାଦକ ଦ୍ରବ୍ୟ ସେବନ ଉପରେ ଗୁଲୁଆଙ୍କୁ ଯେତେବେଳେ ପଚରା ଯାଇଥିଲା , ଏନେଇ ମଜାଳିଆ ଢଙ୍ଗରେ ଉତ୍ତର ରଖିଥିଲେ ସେ I କହିଥିଲେ କି ମାଦକ ଦ୍ରବ୍ୟ ବହୁତ ହାନିକାରକ ଅଟେ । ସମସ୍ତେ ଏଥିରୁ ଦୂରେଇ ରହିବା ଉଚିତ । ନହେଲେ ଭୟଙ୍କର ପରିଣାମ ହେଇପାରେ । ମୁଁ ନିଜେ ମଧ୍ୟ ଲିଭର ରୋଗରେ ପୀଡିତ ଅଛି ।
ଆଉ ଦୁଇ ତିନି ମାସେ ବଞ୍ଚିବି I ତେବେ ଆପଣଙ୍କୁ କହି ରଖୁଛୁ କି ଗୁଲୁଆ ଙ୍କୁ ସେଭଳି କୌଣସି ଲିଭର ରୋଗ ହୋଇନାହିଁ , ସବୁ କଥା କୁ କମେଡି ଭାବରେ ନେଇ ହସେଇବା ସହିତ ଲୋକଙ୍କୁ ସତର୍କ କରେଇବା ତାଙ୍କ ନିଆରା ପରିଚୟ I ସୂଚନା ଥାଉ କି ଗୁଲୁଆ ଙ୍କର ଏବେ ଏବେ ନିର୍ବନ୍ଧ ସରିଛି I ତାଙ୍କର ଦୀର୍ଘାୟୁ ଆୟୁଷ କାମନା କରୁଛୁ I ସବୁବେଳେ ସେ ଏମିତି ଲୋକଙ୍କୁ ହସାଉ ଥାନ୍ତୁ I