ମନ୍ତ୍ରୀମଣ୍ଡଳ ନବକଳେବର ପରେ ସବୁଠୁ ଚର୍ଚା ରେ ଅଛନ୍ତି ଅରୁଣ, ସଞ୍ଜୟ , ପ୍ରଦୀପ ,ସୁଶାନ୍ତ I ଏକଦା ବିଜେଡି ର ପାୱାର ଫୁଲ ପର୍ସନ ଭାବେ ପରିଚିତ ଅରୁଣ ସାହୁ ଙ୍କୁ ମନ୍ତ୍ରୀ ପଦରୁ ହଟାଯାଇ ନୂଆ ମନ୍ତ୍ରୀମଣ୍ଡଳ ରେ ସ୍ଥାନ ମିଳିଲା ନାହିଁ ,ସେବ ଅଭିମାନ କରି ମନ୍ତ୍ରୀମାନଙ୍କ ଶପଥ ରେ ଯୋଗ ଦେଲେନି ଏପରିକି ସେବେଠୁ ଏକଦମ ଚୁପ ହେଇ ରହିଛନ୍ତି ଅରୁଣ I
ଅନ୍ୟପଟେ ସଞ୍ଜୟ ଦାସ ବର୍ମା ବ୍ରହ୍ମଗିରି ରେ ହାରିବା ପରେ ମଧ୍ୟ ତାଙ୍କୁ କ୍ୟାବିନେଟ ପାହ୍ୟା ର ନିଗମ ପଦ ମିଳିଥିଲା I କିନ୍ତୁ ନିଗମ ରୁ ଇସ୍ତଫା ଦେବା ପରେ ସଞ୍ଜୟ ଏବେ କୋଣ ଠେସା ଥିବା ପାୱାର ମହଲ ରେ ଚର୍ଚା ହେଉଛି I ଏକଦା ବିଜେଡି ର ଯୁବ ତ୍ରିମୁର୍ତ୍ତି କୁହାଯାଉଥିବା ବବି -ସଞ୍ଜୟ -ଅରୁଣ ଙ୍କ ମଧ୍ୟରେ ଏବେ ଫାଟ କୁଆଡେ I ସଞ୍ଜୟ ଏବଂ ଅରୁଣ ଙ୍କ ସ୍ଥାନ ନେବେ ସୁଶାନ୍ତ ସିଂ ଏବଂ ପ୍ରଦୀପ ମାଝି I
2024 ନିର୍ବାଚନ ପାଇଁ ଏବେ ବିଜେଡି ର ନୂଆ ରଣନୀତି ଚାଲିଛି I କଂଗ୍ରେସ ରୁ ବିଜେଡି ରେ ଯୋଗ ଦେଇଥିବା ପ୍ରଦୀପ ମାଝୀ ଙ୍କୁ ମନ୍ତ୍ରୀ କିମ୍ବା ସାଂସଦ ପଦବୀ ମିଳିପାରେ ବୋଲି ଚର୍ଚା ହେଉଥିଲା କିନ୍ତୁ ସେଭଳି କିଛି ବି ହେଲାନି I ଚର୍ଚା ହେଉଛି ସଙ୍ଘଟନ ସମ୍ଭାଳିବାକୁ ପ୍ରଦୀପ ଙ୍କୁ ଦିଆଯିବ ଗୁରୁ ଦାୟିତ୍ୱ I
ଦକ୍ଷିଣ ଓଡିଶା ବିଜେଡି ସାଙ୍ଗଠନିକ ଭାର ସମ୍ଭାଳିବେ ପ୍ରଦୀପ I
ସେହିଭଳି ନବ ମନ୍ତ୍ରୀମଣ୍ଡଳ ରେ ପାୱାରଫୁଲ ନେତା ସୁଶାନ୍ତ ସିଂ ବାଦ ପଡ଼ିଥିଲେ କିନ୍ତୁ ଶପଥ ପାଠ ସମୟରେ ସେ ବବି ଦାସ ଙ୍କ ପାଖେ ପାଖେ ନଜର ଆସିଥିଲେ I ମନ୍ତ୍ରୀ ପଦରୁ ଅବ୍ୟାହତି ଦେଇ ପଶ୍ଚିମ ଓଡ଼ିଶାର ସମ୍ପୁର୍ଣ୍ଣ ସାଙ୍ଗଠନିକ ଭାର ସମ୍ଭାଳିବେ ସୁଶାନ୍ତ I ଏପଟେ ଅରୁଣ ଏବଂ ସଞ୍ଜୟ ଙ୍କ ପତିଆରା କମୁଥିବା ବେଳେ ପ୍ରଦୀପ ଏବଂ ସୁଶାନ୍ତ ଙ୍କ ପତିଆରା ବୃଦ୍ଧି ପାଇବ ବୋଲି ଚର୍ଚା ହେଉଛି I