ମାଟି ତଳେ 80 ଫୁଟ ର ଗାତ ଆଉ 80 ଫୁଟ ତଳେ 100 ଘଣ୍ଟା ର ସଂଘର୍ଷ ,ପାଖାପାଖି 4 ଦିନ ଜୀବନ ସହିତ ଲଢେଇ କରିବା ପରେ ଉଦ୍ଧାର ହେଇଛି ରାହୁଲ I ଛତିଶ ଗଡ ର ଜଞ୍ଜଗିର-ଚମ୍ପାରେ 10 ବର୍ଷର ଶିଶୁ ରାହୁଲ ଏକ ବୋରୱେଲରେ ଖସି ପଡ଼ିଥିଲେ ଯାହାକୁ ନେଇ ସାରା ଦେଶର ନଜର ରହିଥିଲା I ରାହୁଲ ଜଣେ ଦିବ୍ୟାଙ୍ଗ ସେ କହିପାରେନି କି ଶୁଣି ପାରେନି I ତାକୁ ଉଦ୍ଧାର କରିବାକୁ ଏନଣ୍ଡିଆରଫ ଟିମ୍, ରୋବଟ ଟିମ୍ ପୁରା ଜୋରଦାର ପ୍ରୟାସ କରିଥିଲେତେବେ ରାହୁଲ କୁ ବଞ୍ଚାଇବାକୁ ନିଜର ଜି ଜାନ ଲଗାଇ ଦେଇଥିଲେ ଓଡିଶା NDRF ଟିମ୍ I ଏପରି ଏକ ସମୟରେ ସଙ୍କଟ ମୋଚକ ସାଜିଛି ଓଡିଶା NDRF ଟିମ୍ I
ରୋବଟ୍ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା I ରୋବଟ୍ ଉପର ଲାପଟପ୍ ସହିତ ସଂଯୁକ୍ତ, ଯାହା ମାଧ୍ୟମରେ ଭିତରର କାର୍ଯ୍ୟକଳାପ ସିଧା ମନିଟର କରାଯାଉଥିଲା I ଏହା ସହିତ ବୋରୱେଲ ଭିତରେ ଏକ ବାଲ୍ଟି ଭର୍ତ୍ତି କରାଯାଇଥିଲା I ରାହୁଲ କିଛି କହି ପାରୁନଥିଲେ ମଧ୍ୟ ବାଲ୍ଟି ରେ ପାଣି ଭର୍ତି କରି ସହଯୋଗ କରୁଥିଲା I ରାହୁଲ କୁ ବଞ୍ଚେଇବାକୁ ବୋରୱେଲ ନିକଟରେ ଆଉ ଏକ ସୁଡ଼ଙ୍ଗ ଖୋଳା ଯାଇଥିଲା I ଘଟଣା ସ୍ଥଳରେ ଜାନଜଗିର-ଚମ୍ପାର କଲେକ୍ଟର ନିଜେ ଉପସ୍ଥିତ ଥିଲେ I ରାହୁଲ କୁ ନିୟମିତ ସମୟରେ ଖାଦ୍ୟ ପଠାଯାଉଥିଲା ଏବଂ ସେ ମଧ୍ୟ ଖାଦ୍ୟ ଗ୍ରହଣ କରୁଥିଲା I
ସୂଚନା ଥାଉ କି ଶୁକ୍ରବାର ଅପରାହ୍ନରେ ଜିଲ୍ଲାର ମାଲଖରୋଡା ବ୍ଲକର ପିହ୍ରିଡ ଗାଁରେ ଖେଳୁଥିବା ବେଳେ ରାହୁଲ ସାହୁ ଏକ ଖୋଲା ବୋରୱେଲରେ ପଡ଼ିଯାଇଥିଲେ। ସେ 80 ଫୁଟ ତଳେ ଫସି ରହି ଥିଲେ | ସେବେଠାରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା I ବୋରୱେଲ ନିକଟରେ ରାହୁଲଙ୍କୁ ବଞ୍ଚାଇବା ପାଇଁ ଏକ ଟନେଲ ନିର୍ମାଣ କରାଯାଇ ଉଦ୍ଧାର କରାଯାଇଛି I