ମୌସୁମୀ ଆସି ସାରିଥିଲା କିନ୍ତୁ ବର୍ଷା ହେଉନଥିଲା , ଗୋଟିଏ ଗାତରେ ଏକାଠି ଥିଲେ ବେଙ୍ଗ ସାପ ରାହୁଲ

ଉପସ୍ଥାପନା ଗୋପାଳ ଚନ୍ଦ୍ର : ମନ୍ଦିର ରୁ ବାହାରି ସ୍ନାନ ମଣ୍ଡପ ରେ ବସିଥିଲା ଜଗା I ସମସ୍ତଙ୍କ ତୁଣ୍ଡରେ ଗୋଟିଏ ସ୍ୱର ହେ ପ୍ରଭୁ ରାହୁଲ କୁ ରକ୍ଷା କର I ବିଚରା 10 ବର୍ଷ ର ବାଳକ ରାହୁଲ , 80 ଫୁଟ ତଳେ 4ଦିନ ଧରି ଜୀବନ ଲଢେଇ ରେ ସଂଘର୍ଷ କରୁଛି I ଲକ୍ଷ ଲକ୍ଷ ଲୋକଙ୍କ ଗୋଟିଏ ପ୍ରାଥନା ପ୍ରଭୁ ରାହୁଲ କୁ ବଞ୍ଚାଓ I ସେ ତ ଭାବ ବିନୋଦିଆ ,ଭକ୍ତ ର ମାନମହତ ତଳେ ପକେଇ ଦେଇଥାନ୍ତା କିଭଳି ? ସାଲବେଗ ପାଇଁ ପା ରଥ କୁ ଅଟକାଇ ଦେଇଥିଲା ,ରାହୁଲ କୁ ବଞ୍ଚାଇବାକୁ ନିଜେ ହାତ ବଢ଼େଇ ଦେଇଥିଲା କାଳିଆ I

ବଡ ଚକିତ କଥା ହେଉଛି ବୋର ୱେଲ ଭିତରେ ଏକ ବିଷଧର ସାପ ସହିତ ବେଙ୍ଗ ଥିଲେ ,କିନ୍ତୁ କେହି କାହାର କ୍ଷତି କରୁନଥିଲେ I କଥା କହିପାରୁନଥିବା କି ଶୁଣି ପାରୁ ନଥିବା ରାହୁଲ କୁ ଯେଭଳି ଛତ୍ର ଛାୟା ରେ ରଖିଥିଲେ ସ୍ୱୟଂ ଜଗନ୍ନାଥ I କେବଳ ଏତିକି ନୁହେଁ ମୌସୁମୀ ଆସି ସାରିଥିଲା , କିନ୍ତୁ ଆକାଶ ରେ ଟୋପା ଟିଏ ବର୍ଷା ନଥିଲା ,ଅସରାଏ ବର୍ଷା ହେଇଥିଲେ ରାହୁଲ କୁ ବଞ୍ଚାଇବା ସମ୍ଭବ ହେଇନଥାନ୍ତା I ରାହୁଲ ର ଉଦ୍ଧାର ପରେ ଘୋ ଘୋ ବର୍ଷା ରେ ଅନ୍ଧକାର ହେଉଛି ଆକାଶ , ସତରେ ତା ମାୟା ବୁଝିବା ଭାରି କଷ୍ଟକର I

ଏପରିକି ଛତିଶଗଡ଼ ଜାଞ୍ଜଗିରର ଜିଲ୍ଲାପାଳ ଜୀତେନ୍ଦ୍ର ଶୁକ୍ଳା କହିଛନ୍ତି କି ଜଗନ୍ନାଥଙ୍କ କୃପାରୁ ଅପରେସନ ସଫଳ ହୋଇଛି। ସବୁ ଜଗନ୍ନାଥ ଙ୍କ ନିର୍ଦେଶ ରେ ହେଉଥିଲା I ତା ନିର୍ଦେଶ ବିନା କିଛି ସମ୍ଭବ ହେବନି I ସତରେ ବିଶ୍ୱାସ ନହେଲେ ବି ତା ଲୀଳା ଆଗରେ ସ୍ୱତଃ ଆଖି ବୁଜି ହେଇଯାଏ ଭକ୍ତି ରେ I ସବୁ ତାରି ଇଛା I

 

Leave a Comment