ଏଇ ରଜରେ ଓଡ଼ିଆ ହିରୋ ସମ୍ବିତ ଙ୍କର ଏକ ସିନେମା ଆସିଥିଲା , ତେବେ ସିନେମା ଦେଖିବା ଦୂରେ ଥାଉ ଲୋକେ ସୋସିଆଲ ମିଡିଆରେ ସମ୍ବିତ ଙ୍କୁ ବହେ ଧୋଇ ଦେଇଥିଲେ I ବହୁଦିନ ଧରି ଲୋକଙ୍କ ଥିବା ରାଗ ସବୁ ଶୁଝେଇ ଥିଲେ ସମ୍ବିତ ଙ୍କ ଉପରେ ଏପରିକି ତାଙ୍କ ପରିବାର ଙ୍କ ଉପରେ ବି ଟିପ୍ପଣୀ ଦେବାରେ ହେଳା କରିନଥିଲେ ସମାଲୋଚକ I ରଜ ସୁନ୍ଦରୀ ନାମକ ଏକ ଶୋ ରେ ଚକୁଳି ରେ କେତେଟା କଣା , ବାରବାଟୀ ମୁଣ୍ଡି କିଏ ମାରିଥିଲେ , ସମୁଦ୍ର ରେ କେତେ ମାଛ , ସମୁଦ୍ର ରେ କଣ ଅଛି ବୋଲି ଅବାନ୍ତର ପ୍ରଶ୍ନ କରି ଓଡ଼ିଆ ଝିଅ ଙ୍କୁ ବେଈଜତ କରି ଖୁସି ହେଉଁଥିଲେ ଏଇ ଭୁଷୁ ପଣ୍ଡିତ ଜଜ ମାନେ I
ତଥାକଥିତ ଜଜ ମାନଙ୍କ ଉପରେ ଲୋକଙ୍କ ପ୍ରବଳ ରାଗ ଯାହା ନକହିଲେ ଭଲ I ତେବେ ଓଡ଼ିଆ ଝିଅ ଙ୍କୁ କାହିଁକି ଏମିତି ବେଇଜଜତ କରାଯାଏ , ଏହାକୁ ନେଇ ଖୁଲାସା କରିଛନ୍ତି ଜଣେ ୟୁଟ୍ୟୁବର I ଓଡ଼ିଆ ହଙ୍ଗାମା ନାମରେ ଏକ ୟୁଟୁବ ରେ ଭାଇ ଜଣଙ୍କ ପୁରା ଖୋଲିଛନ୍ତି ଗୁମର I ସିଧାସଳଖ ସେ ଜଜ ନୁହେଁ ଚାନେଲ ମାଲିକ ମାନଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି I
କହିଛନ୍ତି କି ଜଜ ଙ୍କ ହାତରେ କିଛି ନଥାଏ , ସେମାନଙ୍କୁ ଚାନେଲ ମାଲିକ ଲିଖିତ ଆକାର ରେ ପ୍ରଶ୍ନ ଦେଇଥାନ୍ତି , ଏମାନେ ଖାଲି ନାମକୁ ବସିଥାନ୍ତି , ପ୍ରତିଯୋଗୀ ଙ୍କୁ ଯାହା ପଚରାଯିବ ତାହାର 90% ଚାନେଲ ମାଲିକ ନିର୍ଧାରଣ କରିଥାନ୍ତି I ଯେତେ ବେଇଜତ କରାଯିବ ସେତେ ଟିଆର୍ପି ବଢିବ, ଟିଆର୍ପି ବଢିଲେ ଅଧିକ ପଇସା ମିଳିବ I