ମୁଁହ ଖୋଲିଲେ ସମ୍ବିତ, ବଖାଣିଲେ ଚାନେଲ ପଛର ସତ

ନିକଟରେ ସମ୍ବିତ ଙ୍କ ବିଶ୍ୱନାଥ ସିନେମା ରିଲିଜ ହେବାପରେ ,ସୋସିଆଲ ମିଡିଆରେ ଟ୍ରଲ ହେଇଛନ୍ତି ସମ୍ବିତ I ରଜ ସୁନ୍ଦରୀ ନାମକ ଏକ ସିନେମା ରେ ଓଡ଼ିଆ ଝିଅ ମାନଙ୍କୁ ଯେଉଁଭଳି ଅତି କଦର୍ଯ୍ୟ ଅବାନ୍ତର ପ୍ରଶ୍ନ କରାଯାଏ ସାଧାରଣ ଦର୍ଶକ ସାଧାରଣତଃ ଜଜ ସିଟ ରେ ବସିଥିବା ଚେହେରା ଙ୍କୁ ଦାୟୀ କରିଥାଏ I କିନ୍ତୁ ପରଦା ପଛର ସତ ବଖାଣି ଛନ୍ତି ସମ୍ବିତ I ନିକଟତର ଏକ ଗଣମାଧ୍ୟମ କୁ ସାକ୍ଷାତ କରି ନିଜର ମନ କଥା ଖୋଲିକି କହିଛନ୍ତି I ସମ୍ବିତ କହିଛନ୍ତି ଯେ ଯେଉଁମାନେ ସମ୍ବିତ ଙ୍କୁ ତିଆରି କରିଥିଲେ ସେଇମାନେ ହିଁ ମତେ ଆଜି ଟ୍ରଲ କରୁଛନ୍ତି , କିଛିଜଣ ଆମକୁ ୟୁଟୁବ ରେ ଟ୍ରଲ କରୁଛନ୍ତି ହୁଏତ ଆମକୁ ନେଇ ସେମାନଙ୍କ ପେଟ ପାଟଣା ପୋଷାଯାଏ I

ରଜ ସୁନ୍ଦରୀ ନାମକ ଏକ ଶୋ ରେ ଚକୁଳି ରେ କେତେଟା କଣା , ବାରବାଟୀ ମୁଣ୍ଡି କିଏ ମାରିଥିଲେ , ସମୁଦ୍ର ରେ କେତେ ମାଛ , ସମୁଦ୍ର ରେ କଣ ଅଛି ଏସବୁ ପ୍ରଶ୍ନ ଆମେ ପଚାରି ନଥାଉ , ଆମକୁ ଚାନେଲ ତରଫରୁ ଲିଖିତ ଆସିଥାଏ ଏଭଳି ପଚାରିବାକୁ I ଜଜ କେବଳ ସିଟ ରେ ବସିଥାନ୍ତି .କିଏ ସିଲେକ୍ଟ ହେବେ କିଏ କଟିବେ ସେସବୁ ଚାନେଲ ମାଲିକ ଙ୍କ ଇଛା I

ତେବେ ଏହା ପୂର୍ବରୁ ମଧ୍ୟ ଜଣେ ୟୁଟ୍ୟୁବର ଚାନେଲ ମାଲିକ ଙ୍କ ନାମରେ ସଂଗୀନ ଅଭିଯୋଗ ଆଣି ଥିଲେ ଓଡ଼ିଆ ହଙ୍ଗାମା ନାମରେ ଏକ ୟୁଟୁବ ରେ I ସିଧାସଳଖ ସେ ଜଜ ନୁହେଁ ଚାନେଲ ମାଲିକ ମାନଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି I


କହିଛନ୍ତି କି ଜଜ ଙ୍କ ହାତରେ କିଛି ନଥାଏ , ସେମାନଙ୍କୁ ଚାନେଲ ମାଲିକ ଲିଖିତ ଆକାର ରେ ପ୍ରଶ୍ନ ଦେଇଥାନ୍ତି , ଏମାନେ ଖାଲି ନାମକୁ ବସିଥାନ୍ତି , ପ୍ରତିଯୋଗୀ ଙ୍କୁ ଯାହା ପଚରାଯିବ ତାହାର 90% ଚାନେଲ ମାଲିକ ନିର୍ଧାରଣ କରିଥାନ୍ତି I ଯେତେ ବେଇଜତ କରାଯିବ ସେତେ ଟିଆର୍ପି ବଢିବ, ଟିଆର୍ପି ବଢିଲେ ଅଧିକ ପଇସା ମିଳିବ I

Leave a Comment