ଗତକାଲି ତାଙ୍କର ପ୍ରେମିକା ସହିତ ବିବାହ ହେବାର ଥିଲା ଯେଉଁଥିପାଇଁ ପ୍ରେମିକା ଏବଂ ତାଙ୍କ ପରିବାର ଲୋକ ଜଗତସିଂହପୁର ଉପନିର୍ବନ୍ଧକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ ବିଧାୟକ ପହଁଚି ନଥିଲେ I ଅପେକ୍ଷା କରି ଶେଷରେ ପ୍ରେମିକା ସୋମାଲିକା ନିଜ ଘରକୁ ଫେରିଥିଲେ ଏବଂ ଆଜି ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ସୂଚନା ଥାଉ କି ଗତମାସ ୧୬ ତାରିଖରେ ବିଜୟ ଶଙ୍କର ଓ ସୋନାଲିକା ଉଭୟ ଜଗତସିଂହପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ବିବାହ ପାଇଁ ଆବେଦନ କରିଥିଲେ ।
ଜଗତସିଂହପୁରର ହାଇ ପ୍ରୋଫାଇଲ ଘଟଣା ସେତେବେଳେ ଜୋରସୋର ରେ ଚର୍ଚା ହେଇଥିଲା I ବହୁ ଚର୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରେମିକା ଙ୍କ ସହିତ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମ ରେ ମଧ୍ୟ ଖବର ଆସିଥିଲା I ପ୍ରେମିକ ବିଜୟ ଙ୍କ ନାମରେ ପ୍ରେମିକା ଜଣଙ୍କ ଥାନାରେ ଏତଲା ଦେଇଥିବା ବେଳେ ପ୍ରେମିକାଙ୍କ ଅଭିଯୋଗପତ୍ର ଧରି ପୁଲିସ ହଲାପଟାରେ ପଡିଛି I ଏତଲା ରୁଜୁ କରି ଗିରଫ କରିବେ ନା ବିବାହ କୁ ଅପେକ୍ଷା କରିବେ ଦ୍ବନ୍ଦରେ ପୋଲିସ I
ପ୍ରେମିକା ଙ୍କ ଏତଲା ପରେ ଚର୍ଚା ହେଉଛି ଉଭୟ ପକ୍ଷ ଙ୍କ ମିଳିତ ଆଲୋଚନା ରେ କୋର୍ଟ ବିବାହ ହେବାକୁ ନେଇ ସ୍ଥିର ହେଇଥିଲା I ଏନେଇ ଉଭୟ କୋର୍ଟ ରେ ପହଁଚି ବିବାହ ପାଇଁ ଆବେଦନ କରିଥିଲେ ଏବଂ ତାରିଖ ସ୍ଥିର ହେଇଥିଲା କିନ୍ତୁ ବିଧାୟକ ଉପଯୁକ୍ତ ସମୟ ରେ ପହଁଚି ନଥିଲେ I