ଅଗ୍ନିପଥ ର ଅଗ୍ନି ରେ ଏବେ ସାରା ଦେଶ ରେ ଦଙ୍ଗା । ଅଗ୍ନିପଥ କୁ ସାରା ଦେଶ ରେ ବିରୋଧ ଦେଖି ବର୍ତମାନ ଯୋଜନା ରେ କିଛି ପରିବର୍ତନ ଆଣିଛନ୍ତି କେନ୍ଦ୍ର ସରକାର । ଏବେ ସରକାର ଙ୍କ ନୂଆ ନିୟମ ଅନୁସାରେ ଯେଉଁ ମାନେ ଅଗ୍ନିବୀର ଯୋଜନା ରେ ଆସିବେ ସେମାନଙ୍କୁ ମିଳିବ କିଛି ବିଶେଷ ସୁବିଧା ।
ଆଗକୁ ହେବାକୁ ଥିବା ସିଏପିଏଫ୍ ଓ ଆସାମ୍ ରାଇଫଲରେ ଅଗ୍ନିବୀର ମାନକ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ ।
ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ସିଏପିଏଫ୍ ଓ ଆସାମ ରାଇଫଲ୍ସରେ ଭର୍ତ୍ତି ହେବା ନିମନ୍ତେ ‘ଅଗ୍ନିବୀର’ଙ୍କ ଲାଗି ନିର୍ଦ୍ଧାରିତ ସର୍ବାଧିକ ପ୍ରବେଶ ବୟସ ସୀମାରେ ୩ ବର୍ଷ କୋହଳ କରାଯିବ ।
ଏହା ଛଡା ମଧ୍ୟ ଏହି ଯୋଜନାରେ ସାମିଲ ହେବାକୁ ଥିବା ପ୍ରଥମ ବ୍ୟାଚ ନିମନ୍ତେ ଏହି କୋହଳକୁ ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।