ଖୋଲୁଛି ଗୁମର ,ଭିଲିଆନ ସାଜିଛି ବିକାଶ ,ଆଦିତ୍ୟ ଙ୍କ ମା ଙ୍କୁ ଦେଉଛି ନିର୍ଯାତନା ,କାନ୍ଦି କାନ୍ଦି ଏମିତି କହିଲେ ଆଦିତ୍ୟ ଙ୍କ ମା

ବହୁ ଚର୍ଚିତ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ଆଜିଯାଏଁ ଦୋଷୀ ଧରା ପଡି ନଥିବା ବେଳେ ,ଘଟଣାରେ ଆସିଛି ନୂଆ ମୋଡ I ଆଶ୍ରମ ପାଇଁ ଆଦିତ୍ୟ ଙ୍କୁ ହତ୍ୟା କରାଯାଇଛି ବୋଲି ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିଛନ୍ତି ଆଦିତ୍ୟ ଙ୍କ ବାପା I ସେ କହିଛନ୍ତି ଯେ ଆଶ୍ରମ କୁ ବହୁତ ପଇସା ଆସୁଛି ସେ ସବୁ ହିସାବ ବିକାଶ ପାଖରେ I ଏଇ ପଇସା ପାଇଁ ହିଁ ଆଶ୍ରମ କୁ କବ୍ଜା କରିବାକୁ ଆଦିତ୍ୟ କୁ ହତ୍ୟା କରାଯାଇଛି I

ଆଦିତ୍ୟ ମୃତ୍ୟୁ ପରେ ବିକାଶ ଆଶ୍ରମ କଥା ବୁଝାବୁଝି କରୁଛି କିନ୍ତୁ ମୁଁ ନଥିଲା ବେଳେ ସେ ଆଦିତ୍ୟ ମା ଙ୍କୁ ଟର୍ଚର କରୁଛି I ପୁଅ କଥା ମନେ ପକାଇ କାନ୍ଦିଲେ କହୁଛି କାହିଁକି ଲୋକ ଦେଖାଣିଆ କାନ୍ଦୁଛ I ଏପରିକି ନିକଟରେ ଆଦିତ୍ୟ ଙ୍କ ବିବାହ ବାର୍ଷିକୀ ଯାଇଥିଲା ଯେଉଁଥିରେ ବିଦ୍ୟାଶ୍ରୀ ଆଶ୍ରମ ଆସିଥିଲେ ଏବଂ ନିଜ ଶାଶୁ ଶଶୁର ଙ୍କୁ ଭେଟିବାକୁ ,ଯାହାକୁ ପସନ୍ଦ କରିନଥିଲେ ବିକାଶ I ଆଦିତ୍ୟ ଙ୍କ ମାଙ୍କୁ ବହେ ଗାଳି ଦେଇଥିଲେ ବୋଲି କହିଛନ୍ତି ଆଦିତ୍ୟ ଙ୍କ ବାପା ଏବଂ ମା I

ଆଦିତ୍ୟ ଙ୍କ ବାପା କହିଛନ୍ତି କି ଦିପୁ ଏବଂ ବିକାଶ ଆଦିତ୍ୟ ଙ୍କ ଖାସ ଥିଲେ ଉଭୟ ଅନାଥ ଆଶ୍ରମ ଚଳାଉ ଥିଲେ I କିନ୍ତୁ କିଛିଦିନ ତଳେ ବିକାଶ ଦିପୁ କୁ ମାଡ ମାରି ଆଶ୍ରମ ରୁ ତଡି ଦେଇଥିଲା I ଆଶ୍ରମ ରେ ସବୁ ଝାମେଲା ଚାଲିଛି I

Leave a Comment