ଜିତିଲେ ବର୍ଷା ,ସପକ୍ଷରେ ଆସିଲା ରାୟ , SDJM ଙ୍କ ରାୟ ଉପରେ ରହିତାଦେଶ ଦେଲେ ଜିଲ୍ଲା କୋର୍ଟ

ଅନୁଭବ ଙ୍କୁ ଲାଗିଛି ଝଟକା I ପୂର୍ବରୁ ଅନୁଭବ ଙ୍କ ସପକ୍ଷରେ ଆସିଥିବା ରାୟ ରେ ରହିତା ଦେଶ ଦେଇଛନ୍ତି ଜିଲ୍ଲା ଦୌରା ଜଜ୍ I ବର୍ଷା ପ୍ରିୟଦର୍ଶିନୀ କଟକ ସ୍ଥିତ ନିଜ ଶାଶୁ ଘର ଛାଡ଼ିବାଲାଗି ଗତ ୨ ତାରିଖରେ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଏବଂ ଘର ଭଡା ବାବଦକୁ ମାସିକ ୩୦ ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦେଶ କରିଥିଲେ I ଅନୁଭବ ମଧ୍ୟ ଖୁସି ରେ ଗଦଗଦ ହେଇ ସଙ୍ଗେ ସଙ୍ଗେ ୩୦ ହଜାର ଟଙ୍କା ବର୍ଷା ଙ୍କୁ ପଠାଇ ଦେଇଥିଲେ I ଏବଂ ଖୁସି ରେ କାନ୍ଦି ପକାଇଥିଲେ I


ବର୍ଷା ଙ୍କୁ ନୂଆ ଭଡାଘର ଖୋଜିବା ପାଇଁ ନିର୍ଦେଶ ଦିଆଯାଇଥିଲା ,ତେବେ ଏହି ନିର୍ଦେଶ ଉପରେ ଶୁଣାଣି କରି ଜିଲ୍ଲା ଦୌରା ଜଜ୍ ରହିତାଦେଶ ଜାରି କରିଛନ୍ତି । ବର୍ଷା ଆଇନ ଅନୁଯାୟୀ ଅନୁଭବ ଙ୍କ ପତ୍ନୀ ଏବଂ ବର୍ଷା ଚାହିଁଲେ ଅନୁଭବ ଙ୍କ ଘରେ ରହିପାରିବେ ,ତାଙ୍କୁ କେହି ସେ ଘରୁ ବାହାର କରି ପାରିବେ ନାହିଁ I

ଜୁଲାଇ 4 ତାରିଖ ରେ ଏନେଇ ଶୁଣାଣି ହେବ I ଆଇନଗତ ଦାବି ଅନୁଯାୟୀ ବର୍ଷା ସେ ଘରେ ରହିପାରିବେ ତେବେ ଏନେଇ ଅନୁଭବ ଙ୍କ ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି କି ଜିଲ୍ଲା ଦୌରା ଜଜ କୋର୍ଟ ଏକ ଷ୍ଟେ ଅର୍ଡ଼ର ଦେଇଛନ୍ତି ବୋଲି ଆମେ ଶୁଣିବାକୁ ପାଇଲୁ କିନ୍ତୁ ଏଯାଏଁ କୌଣସି ନୋଟିସ ଆସିନି , ଅର୍ଡ଼ର ପାଇଲା ପରେ ଆମେ ଏନେଇ ଯାହା କହି ପାରିବୁ

Leave a Comment