ଦେଶର ସର୍ବୋଚ୍ଚ ଆସନ ରେ ବସିବେ ମୟୁରଭଞ୍ଜ ର ଆଦିବାସୀ ଓଡ଼ିଆ ମହିଳା ,

ଆଜି ବିରୋଧୀ ଦଳମାନେ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ୨୦ ଜଣ ପ୍ରାଥୀ ଙ୍କ ଭିତରୁ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଛି I ଯେହେତୁ ଦ୍ରୌପଦୀ ଙ୍କ ସପକ୍ଷରେ ସର୍ବାଧିକ ସମର୍ଥନ ରହୁଛି ତେଣୁ କୁହାଯାଇପାରେ ଯେ ସେ ନିର୍ଦ୍ୱନ୍ଦ ରେ ବିଜୟୀ ହେବେ I ଅର୍ଥାତ ଦ୍ରୌପଦୀ ବିଜୟୀ ହେଲେ ଓଡିଶା ର ପ୍ରଥମ ମହିଳା ରାଷ୍ଟ୍ରପତି ହେବେ ଦ୍ରୌପଦୀ I ଦ୍ରୌପଦୀ ମୁର୍ମୁଙ୍କ ଘର ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ । ସେ ଦୁଇଥର ବିଧାୟକ ଓ ବିଜେପି-ବିଜେଡି ମିଳିତ ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ । ଏବଂ ଝାଡଖଣ୍ଡର ରାଜ୍ୟପାଳ ରହିଥିଲେ । ଜଣେ ଆଦିବାସୀ ନେତ୍ରୀ ଭାବେ ତାଙ୍କର ବେଶ ସୁନାମ ରହିଛି I

ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କଲେ ଦ୍ରୌପଦୀ ହେବେ ୨ୟ ମହିଳା ରାଷ୍ଟ୍ରପତି ଏବଂ ଭାରତରେ ରାଷ୍ଟ୍ରପତି ହେବାରେ ଓଡ଼ିଶାର ୨ୟ ବ୍ୟକ୍ତି ହେବେ । ପୂର୍ବରୁ ବ୍ରହ୍ମପୁରରେ ଜନ୍ମିତ ଭି.ଭି.ଗିରି ଭାରତର ରାଷ୍ଟ୍ରପତି ହୋଇଥିଲେ ।ଦ୍ରୌପଦୀ ଙ୍କ ଘର ମୟୁରଭଞ୍ଜ ରେ ଏବଂ ସେ ଜୁନ ୨୦, ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ I

ଓଡ଼ିଶା ସରକାର ଅଧିନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟ କରିଥିଲେ ଏବଂ ପରେ ରାଇରଙ୍ଗପୁରଠାରେ ଥିବା ଶ୍ରୀ ଅରବିନ୍ଦ ଇଂଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଥିଲେ ଏବଂ ୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ । ୧୯୯୭ରେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚନ ରେ ଲଢ଼ି ବିଜୟୀ ହେଇଥିଲେ ଏବଂ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଦୁଇଥର ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।

ଏବଂ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ମଧ୍ୟ ହେଇଛନ୍ତି I ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ ହୋଇ ମୋର୍ଚ୍ଚାର ଉପ-ସଭାପତି ହେଇଥିଲେ I ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ହେଇଥିଲେ I ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ର ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଥିବା ବେଳେ ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ହେଇଥିଲେ I ୨୦୧୩ ଏପ୍ରିଲ ରୁ ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଥିଲେ I

Leave a Comment