କିଛିଦିନ ଧରି ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣାମଧ୍ୟମ ଯାଏଁ କେବଳ ଧନ ର କାହାଣୀ ଚାଲିଥିଲା I ଶେଷରେ ଧନ ଫେରିଲା ପରେ କାହାଣୀ ରେ ପଡିଥିଲା ପୂର୍ଣ୍ଣଛେଦ ,ତେବେ ଧନ ପରେ ପୁଣି ମାର୍କେଟ କୁ ପୁଣି ଆସିଛି ଟୁଙ୍ଗୁରୁ ବର୍ଷା ଙ୍କ ପ୍ରେମ କାହାଣୀ I ଘଟଣା ଟି ଭୁବନେଶ୍ୱର ର I ସୂଚନା ଅନୁଯାୟୀ ଅଭିଯୋଗ କାରିଣୀ ଙ୍କ ନାମ ବର୍ଷା ଏବଂ ସେ ଭଲ ପାଇଥିବା ଯୁବକ ଙ୍କ ନାମ ଟୁଙ୍ଗୁରୁ ଭୋଳ , ବୟସ ୨୪ ବର୍ଷ ଏବଂ ବର୍ଷା ଙ୍କ ବୟସ ୨୮ ବର୍ଷ।
ବର୍ଷା ଙ୍କ ସୁନ୍ଦରତା ରେ ପଡି ଯାଇଥିଲେ ଟୁଙ୍ଗୁରୁ, ଦିନେ ହସ୍ପିଟାଲ କୁ ନେବା ବେଳେ ବର୍ଷା ଙ୍କୁ ପ୍ରେମ ନିବେଦନ କରି ଥିଲେ ଏବଂ ଧୀରେ ଧୀରେ ଉଭୟ ଙ୍କ ପ୍ରେମ ହେଇଯାଇଥିଲା I ଯେଉଁଠିପାଇଁ ବର୍ଷା ନିଜର ସ୍ୱାମୀ ଏବଂ ଦୁଇ ସନ୍ତାନ ଙ୍କୁ ଛାଡିଥିଲେ I
ଟୁଙ୍ଗୁରୁ ପାଇଁ ପରିବାର ଭାଙ୍ଗି ଯାଇଥିଲା କିନ୍ତୁ ଟୁଙ୍ଗୁରୁ ପାଇଁ ବ୍ୟାକୁଳ ଥିଲେ ବର୍ଷା କିନ୍ତୁ ଶେଷରେ ଟୁଙ୍ଗୁରୁ ଧୋକା ଦେଇ ଆଉ ଥରେ ବିବାହ କରିବାକୁ ଯାଉଥିବା ବେଳେ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା I କହିଛନ୍ତି କି ବାହା ହେବି ତ କେବଳ ଟୁଙ୍ଗୁରୁ ଭୋଳକୁ।