କିଛିଦିନ ଧରି ସୋସିଆଲ ମିଡିଆରେ ଟୁଙ୍ଗୁରୁ ବର୍ଷା ପ୍ରେମ କାହାଣୀ ର ଚର୍ଚା ଚାଲିଛି I ଟୁଙ୍ଗୁରୁ କେବଳ ବର୍ଷା ର I ଏହି ଡାଇଲଗ ଏବେ ସବୁଆଡେ ଭାଇରଲ ହେଉଥିବା ବେଳେ ଏବେ ଉଭୟ ଙ୍କ ଘଟଣା ରେ ସମାଧାନ ହେଇଛି I
କିଛିଦିନ ତଳେ ଖଣ୍ଡଗିରିବାରୀ ଶରଧାପଲ୍ଲୀ ବସ୍ତିରେ ରହୁଥିବା ବର୍ଷା ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କ ଟୁଙ୍ଗୁରୁ ତାଙ୍କୁ ପ୍ରେମ କରି ପ୍ରତାରଣା କରି ଆଉ ଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି I ଟୁଙ୍ଗୁରୁ କେବଳ ବର୍ଷା ର କହି ଥାନାରେ ଫୁଲମାଳ ଧରି ବସିଥିଲେ ବର୍ଷା I ମହିଳା ଙ୍କର ସ୍ୱାମୀ ଓ ୨ ପୁଅ ଅଛନ୍ତି କିନ୍ତୁ ଅଢେଇ ବର୍ଷ ତଳେ ଟୁଙ୍ଗୁରୁ ପ୍ରେମ ରେ ପଡି ସେ ନିଜ ପରିବାର କୁ ଛାଡି ଦେଇଥିଲେ I
ଏବେ ଟୁଙ୍ଗୁରୁ ଆଉ ଥରେ ବିବାହ କରିବାକୁ ଯାଉଛନ୍ତି ଶୁଣି ଥାନାରେ ବସିଥିଲେ ବର୍ଷା I ତେବେ ବହୁ ଚର୍ଚିତ ଟୁଙ୍ଗୁରୁ ବର୍ଷା କାହାଣୀ ରେ ପୂର୍ଣ୍ଣଛେଦ ପଡିଛି I ଥାନାରେ ଟୁଙ୍ଗୁରୁ କୁ ଦେଖି ଭୋ ଭୋ ହେଇ କାନ୍ଦିଲେ ବର୍ଷା I ନିଜ ପ୍ରେମ କୁ ପାଇବାକୁ ଜିଦି ନକରି ଯେଉଁ ବାହା ହେବାକୁ ଅଡ଼ି ବସିଥିଲେ ସେଥିରୁ ଓହରି ଯାଇଛନ୍ତି I କିନ୍ତୁ ସବୁଦିନ ପାଇଁ ଟୁଙ୍ଗୁରୁ ବର୍ଷା ଙ୍କ ସମ୍ପର୍କ ରେ ରହିବ ବୋଲି ଏକ ଅଜବ ସର୍ତ୍ତ ରଖିଛନ୍ତି I ଉଭୟ ଙ୍କ ଆପୋଷ ମିଳାମିଶା ରେ ଘଟଣାର ସମାଧାନ ସରିଛି I