ଓଡିଶା ଝିଅ ଦ୍ରୌପଦୀ ହେବେ ରାଷ୍ଟ୍ରପତି ,ସବୁଆଡୁ ସମର୍ଥନ ର ସୁଅ ଛୁଟୁଥିବା ବେଳେ ଓଡିଶା କଂଗ୍ରେସ କିନ୍ତୁ ସମର୍ଥନ ଦେବା ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ନରସିଂହ ମିଶ୍ର I
ଏପଟେ କିନ୍ତୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମର୍ମୁଙ୍କୁ ନିଜର ସମର୍ଥନ ଦେବେ ନିଜର ପ୍ରତିକ୍ରିୟା ରଖିଛନ୍ତି I ଏନେଇ କହିଛନ୍ତି ଦ୍ରୌପଦୀ ମୁର୍ମୁ ଙ୍କୁ ଆମେ ସମସ୍ତ ସମର୍ଥନ ଦେବୁ , ସେ ଜିତିଲେ ଭାରତ ପାଇଁ ଗର୍ବ ହେବେ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ଆସନରେ ବସିବେ ଏହାଠୁ ବଡ ଖୁସି ଆଉ କଣ ଅଛି I
ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ଜଗନମୋହନ ତାଙ୍କ ସରକାରରେ ସବୁବେଳେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କୁ ଗୁରୁତ୍ୱ ଦେଇଆସିଛନ୍ତି । ଏପଟେ ଓଡିଶା ସହିତ ତାଙ୍କର ଭଲ ସମ୍ପର୍କ ତେଣୁ ସବୁ ଦୃଷ୍ଟି କୁ ନଜର ରଖି ସେ ସମର୍ଥନ ବଢ଼ାଇଛନ୍ତି I