ନିକଟରେ ଲୋକପ୍ରିୟ ଅଭିନେତା ରାଇ ମୋହନ ଙ୍କ ଆତ୍ମହତ୍ୟା କୁ ନେଇ ସାରା ଓଡିଶା ସ୍ତବ୍ଧ ହେଇଯାଇଥିବା ବେଳେ କାହିଁକି ଏଭଳି ଅକାଳ ରେ ସେ ଝରିପଡିଲେ ତାହାର କାରଣ ଖୋଜା ଚାଲିଛି I ତେବେ ଓଡ଼ିଆ ସିନେମା କୁ ସତେ ଯେଭଳି କାହା କଳା ନଜର ପଡିଯାଇଛି I ବିଗତ କିଛି ବର୍ଷ ମଧ୍ୟରେ ସିନେମା ଜଗତର ରଥି ମହାରଥୀ ମାନେ ଯେଭଳି ଅକାଳ ରେ ଯେଉଁଭଳି ଭାବରେ ଚାଲି ଯାଇଛନ୍ତି ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି I ତେବେ ଆସନ୍ତୁ ନଜର ପକାଇବା ସମ୍ୟକ ରେ I
ମିହିର ଦାସ :ଏହା ଏକ ନାମ ନୁହେଁ , ଓଡିଶା ପ୍ରତି ଟି ହୃଦୟ ରେ ରହିଥିବା ଏକ ସ୍ପନ୍ଦନ I ଓଡ଼ିଆ ସିନେମା ଜଗତର ଏକ ପରିଚୟ I 2022 ବର୍ଷ ଆରମ୍ଭ ର 11 ତାରିଖ ରେ ସବୁଦିନ ପାଇଁ ଆଖି ବୁଜି ଆର ପାରିକି ଚାଲିଯାଇଥିଲେ ମିହିର I ମୃତ୍ୟୁ ବେଳକୁ ତାଙ୍କୁ ବୟସ ମାତ୍ର ୬୩ ବର୍ଷ ହୋଇଥିଲା। କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା I
ବିଜୟ ମହାନ୍ତି : ୨୦୨୦ ଜୁଲାଇ ୨୦ ତାରିଖ ଓଡ଼ିଆ ସିନେ ଜଗତ ପାଇଁ ସତେ ଯେଭଳି ଏକ କଳା ଦିବସ I ଯଦି କିଏ ପଛରେ ଓଡ଼ିଆ ସିନେମା ର ପରିଚୟ କଣ ତେବେ ନିର୍ଦ୍ୱନ୍ଦ ରେ ବିଜୟ ମହାନ୍ତି ଙ୍କ ନାମ ନିଆଯାଇପାରେ I ମାତ୍ର ୭୦ ବର୍ଷ ବୟସ ରେ ସମସ୍ତଙ୍କୁ ଛାଡି ଆର ପାରିକି ଚାଲିଯାଇଥିଲେ I
ଅଜିତ ଦାସ :13 ସେପ୍ଟେମ୍ବର 2020 ରବିବାର ଦିନ ୭୧ ବର୍ଷ ବୟସରେ ଅଜିତ ଦାସ ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ I ଓଡ଼ିଆ ସିନେମା ପାଇଁ ତାଙ୍କର ଅବଦାନ ସବୁଦିନ ପାଇଁ ଚିର ସ୍ମରଣୀୟ I
ତପୁ ମିଶ୍ର :ଓଡିଶା ର ସୁନାମ ଧନ୍ୟ ଗାୟିକା ତପୁ ମିଶ୍ର ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍ରେ ଚିକିତ୍ସିତ ହେବା ପରେ ଫୁସ୍ଫୁସ୍ ସଂକ୍ରମଣ ଘଟି ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା। ଏବଂ ଶେଷରେ ୩୬ ବର୍ଷ ବୟସରେ ୧୯ ଜୁନ ୨୦୨୧ ରେ ତପୁଙ୍କ ପରଲୋକ ହୋଇଯାଇଥିଲା I
ଦୀପା ସାହୁ : ୨୭ ଜୁଲାଇ ୨୦୨୦ ରେ ଆଲବମ କୁଇନ ତଥା ସିନେ ଅଭିନେତ୍ରୀ ଦୀପା ସାହୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଥିଲେ I ଦୀର୍ଘଦିନ ଧରି କ୍ୟାନ୍ସର ସହିତ ଲଢେଇ କରି ମାତ୍ର ଅଳ୍ପ ବୟସ ରେ ହାରି ଯାଇଥିଲେ ଦୀପା ସାହୁ I ସଲିଲ ମିତ୍ର : ୪ ଜୁନ ୨୦୧୯ରେ ଏକ ସଡକ ଦୁର୍ଘଟଣା ରେ ଓଡ଼ିଆ ସିନେ ହାସ୍ୟକାର ସଲିଲ ମିତ୍ର ଙ୍କ ଅକାଳ ବିୟୋଗ ହେଇଥିଲା I
ନିକିତା ସାହୁ : ଜଣାଶୁଣା ଓଡ଼ିଆ ଅଭିନେତ୍ରୀ ନିକିତା ସାହୁ ତଥା ଲୋକଙ୍କ ଆଗରେ ପରିଚିତ ଏସିପି ନିକିତା 2019 ଜାନୁଆରି ୫ ତାରିଖରେ କଟକସ୍ଥିତ କାଙ୍କ ଘର ଛାତ ଉପରୁ ରହସ୍ୟଜନକ ଭାବେ ପଡ଼ି ଜୀବନ ହରାଇଥିଲେ। ପରେ ଘଟଣା ର ତଦନ୍ତ ପରେ ଜଣାପଡିଲା କି ତାଙ୍କ ସ୍ୱାମୀ ଛାତ ଉପରୁ ଠେଲି ଦେଇ ହତ୍ୟା କରିଥିଲେ ନିକିତା ଙ୍କୁ I
ଅନିତା ଦାସ :1 ଅକଟୋବର 1951 ରେ ଜନ୍ମ ନେଇଥିବା ଅନିତା 11 ମେଁ 2018 ରେ 66 ବର୍ଷ ବୟସ ରେ ମୃତ୍ୟୁ ବରଣ କରିଥିଲେ I ନାୟିକା ରୁ ନିଜ ଅଭିନୟ ଆରମ୍ଭ କରିଥିବା ଅନିତା ଶେଷରେ ମା ସାଜିଥିଲେ ଓଡ଼ିଆ ସିନେମାରେ ଯଦିଓ ସେ ବିବାହ କରିନଥିଲେ ତଥାପି ସେ ନିଜ ନିଖୁଣ ଅଭିନୟ ପାଇଁ ଓଡ଼ିଆ ସିନେ ଜଗତର ମା ପାଲଟି ଯାଇଥିଲେ I ତାଙ୍କ ମୃତ୍ୟୁ ରେ ଓଡ଼ିଆ ସିନେମା ନିଜ ମା କୁ ହରେଇଲା ବୋଲି ସିନେ ସମିକ୍ଷମ ମାନେ ମତ ଦେଇଥିଲେ
ଦେବୁ ବୋଷ :23 ଅଗଷ୍ଟ2018 ରେ ଓଡ଼ିଶାର ସୁନାମ ଧନ୍ୟ କଳାକାର ତଥା ସିନେଜଗତ ର ପିତାମହ ଭୀଷ୍ମ ଦେବୁ ଦା ଚାଲିଯାଇଥିଲେ ଆରପାରିକି I ତାଙ୍କ ବଳିଷ୍ଠ ଅଭିନୟ ତାଙ୍କୁ ସିନେ ଜଗତର ପିତାମହ ଭୀଷ୍ମ ସଜେଇଦେଇଥିଲା
7 ସେପ୍ଟେମ୍ବର 1961 ରେ ଜନ୍ମ ନେଇଥିବା ମୀନକେତନ 30 ଜୁନ 2017 ରେ 56 ବର୍ଷ ରେ ସବୁଦିନ ପାଇଁ ପାଇଁ ଓଡ଼ିଆ ସିନେ ଜଗତ କୁ ବିଦାୟ ଦେଇ ଚାଲିଯାଇଥିଲେ I ନିଜ ଦମଦାର ଖଳ ଅଭିନୟ ପାଇଁ ସେ ପାଲଟିଥିଲେ ଓଡ଼ିଶା ସିନେମା ଜଗତର ଜଣେ ପ୍ରତିଷ୍ଠିତ ଖଳନାୟକ I ଓଡ଼ିଆ ସିନେମା ଜଗତ ପାଇଁ ତାଙ୍କ ଅବଦାନ ସବୁଦିନ ପାଇଁ ମନେରହିବ I
ହର :ବାସ ଏତିକି ହିଁ ଯଥେଷ୍ଟ ତାଙ୍କ ବିଷୟରେ କହିବା I ଓଡ଼ିଶାର ପିଲାଠୁ ଆରମ୍ଭ କରି ବୃଦ୍ଧ ଯାଏଁ ସମସ୍ତେ ଥିଲେ ତାଙ୍କ ପ୍ରସଂଶକ I ମା ରାଣ ,ନାଇଁ ନାଇଁ ନାଇଁମ ,ଗଣିଆ ପୁଅ ମାନିଆ ,ଗଙ୍ଗା କୂଳକୁ ଆସି ପାପ ନଧଇ ଚାଲିଯିବୁ ଆଜି ବି ଲୋକଙ୍କ ମୁଁହରେ ତାଙ୍କ ଏ ଡାଇଲଗ ଶୁଣିବାକୁ ମିଳେ I 12 ଅକଟୋବର 1958 ରେ ଜନ୍ମ ନେଇଥିବା ହର ପଟନାୟକ 56 ବର୍ଷ ବୟସ ରେ 13 ଜାନୁଆରି 2015 ରେ କ୍ୟାନ୍ସର ରେ ଦେହ ତ୍ୟାଗ କରିଥିଲେ I 60 ରୁ ଉର୍ଧ ଚଳଚିତ୍ର ରେ ଅଭିନୟ କରିଥିବା ହର ଓଡ଼ିଆ ସିନେ ଜଗତ ରେ ତିଆରି କରିଥିଲେ ଏକ ବିପ୍ଳବ I ବହୁ ପ୍ରତିଭା ଙ୍କୁ ସେ ନିଜ ହାତରେ ତିଆରି କରିଛନ୍ତି I ପାଖାପାଖି 20 ରୁ ଉର୍ଧ ଚଳଚିତ୍ର ନିର୍ମାଣ କରିଥିଲେ ସେ I
ସାଧନା ପରିଜା :ଓଡ଼ିଆ ସିନେ ଜଗତରେ ଘରେ ଘରେ ନିଜ ହାସ୍ୟଭିନୟ ପାଇଁ ସେ ପରିଚିତ ଥିଲେ I ହସେଇ ହସେଇ ସମସ୍ତଙ୍କୁ ବେଦମ କରୁଥିବା ରୁନୁ ପରେ ଚଳଚିତ୍ରରେ ଗମ୍ଭୀର ମା ଭାବରେ ଦେଖାଯାଇଥିଲେ କିନ୍ତୁ ହଠାତ 24 ଅକ୍ଟୋବର 2014 ରେ 51 ବର୍ଷ ରେ ଅIରପରିକି ଚାଲିଯାଇଥିଲେ I ପାଖାପାଖି 70ରୁ ଉର୍ଧ ଫିଲ୍ମ ରେ ସେ ତାଙ୍କ ବଳିଷ୍ଠ ଛାପ ଛାଡ଼ିଯାଇଛନ୍ତି I
ଜ୍ୟୋସ୍ନା ଶତପଥୀ (ମାମିନା ); ରୁନୁ ଙ୍କ ବିୟୋଗ ର କିଛିଦିନ ପରେ ଆର ପରିକି ଚାଲିଯାଇଥିଲେ ତାଙ୍କ ପ୍ରତିଦ୍ବନ୍ଦୀ ମାମିନା I ସେତେବେଳେ କମେଡି କହିଲେ ଜୟୀ ଭାଇଙ୍କ ସହିତ ରୁନୁ ନହେଲେ ମାମିନା I ରୁନୁ ମାମିନା ଏକ ପରିଚିତ ନାମ ଥିଲା I ନିଜ କମେଡି ପାଇଁ ଲୋକଙ୍କୁ ହସେଇ ହସେଇ ବେଦମ କରୁଥିବା ଜ୍ୟୋସ୍ନା ଶତପଥୀ ଓରଫ ମାମିନା 48 ବର୍ଷ ବୟସ ରେ 8 ଡିସେମ୍ବର 2014 ରେ ଡାଇବେଟିସ ରେ ଗୁରୁତର ହେଇ ମୃତ୍ୟୁବରଣ କରିଥିଲେ I 1978 ରେ ନିଜ ସିନେମା ଅଭିନୟ ଆରମ୍ଭ କରିଥିବା ମାମିନା ପାଖାପାଖି 70ରୁ ଉର୍ଧ ଚଳଚିତ୍ର ରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ନିଜର ସ୍ଥାନ ତିଆରି କରିସାରିଥିଲେ I ଅକସ୍ମାତ ତାଙ୍କ ବିୟୋଗ ରେ ସାରା ଓଡିଶା ସିନେ ପ୍ରେମୀ ଙ୍କ ମନରେ ଗଭୀର ଆଘାତ ଲାଗିଥିଲା I
ରଣଜିତ ପଟନାୟକ (ରାଜା) :ଓଡ଼ିଆ ଟେଲି ଜଗତର ଜଣେ ପରିଚିତ କଳାକାର ରାଜା 2016ରେ ଏକ ବ୍ରିଜ ରୁ ଡେଇଁ ଅତ୍ମହତ୍ୟI କରିଥିଲେ ଯେଉଁଥିପାଇଁ କଳାକାର ଜେସି ଙ୍କୁ ଦାୟୀ କରାଯାଇଥିଲା I
ଶୁଭାକାଂତ ସାହୁ (ପପୁ ): ସେହିପରି ଓଡ଼ିଆ ଆଲବମ ର ପରିଚିତ ଶୁଭାକାଂତ ସାହୁ ଓରଫ ପପୁ27 ବର୍ଷ ବୟସ ରେ 22 ମାର୍ଚ୍ଚ 2008 ରେ ନିଜ କୋଠରୀ ରୁ ଫ୍ୟାନ ରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଥିଲା I