ଲୋକଙ୍କ ପାଇଁ ସ୍ୱର ଉଠାଇଥିବା ବଡ଼ ଖବର ମୁଖ୍ୟ ଅର୍ଦ୍ଧେନ୍ଦୁ ଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ I ୯୨ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହେଇଥିବା ନେଇ ବଡ଼ ଖବର ନ୍ୟୁଜ୍ ଚ୍ୟାନେଲର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଦିଲ୍ଲୀର ଜଣେ ବ୍ୟବସାୟୀ ଗଗନଦୀପ ସିଂ ଚାୱଲା ସାଂଘାତିକ ଠକେଇ ଅଭିଯୋଗ ଆଣିଛନ୍ତି, ଏନେଇ ସେ କ୍ରାଇମବ୍ରାଞ୍ଚ୍ EOWରେ ଅଭିଯୋଗ କରିଛନ୍ତି,
ଗଗନଦୀପଙ୍କ କହିବା କଥା ଚୁକ୍ତି ମୁତାବକ ସେ ୨୦୨୦ରେ ବଡ ଖବର ଚ୍ୟାନେଲ ପାଇଁ ବୈଦୁତିକ ସରଞ୍ଜାମ ଯୋଗାଇ ଦେଇଥିଲେ କିନ୍ତୁ ଅର୍ଦ୍ଧେନ୍ଦୁ ମାତ୍ର ୧୦ ଲକ୍ଷ ଟଙ୍କା ଦେଇ ଅବଶିଷ୍ଟ ପ୍ରାୟ ୯୨ ଲକ୍ଷରୁ ଅଧିକ ଟଙ୍କା ତାଙ୍କୁ ଦେବା ବଦଳରେ ବିଭିନ୍ନ ଆଳରେ ତାଙ୍କୁ ଆଜିଯାଏଁ ଠକି ଆସୁଛନ୍ତି, ତେବେ ଏନେଇ ଅର୍ଦ୍ଧେନ୍ଦୁ ନିଜର ଗଣମାଧ୍ୟମ ଜରିଆରେ ସ୍ପଷ୍ଟୀକରଣ ଦେଇଛନ୍ତି କି
ସମସ୍ତେ ଜାଣିଛନ୍ତି, ଆମ ଚ୍ୟାନେଲ କୌଣସି ବି ରାଜନେତାଙ୍କ ମାଲିକାନା କିମ୍ବା ପୃଷ୍ଠପୋଷକତାରେ ନାହିଁ । ଆମେ କୌଣସି ରାଜନେତାଙ୍କଠାରୁ ଟଙ୍କାଟେ ବି ନେଇନାହୁଁ । କାହାକୁ ବି ଠକି ନାହୁଁ କିମ୍ବା ଠକିବାର ପ୍ରଶ୍ନ ଉଠୁନାହିଁ । ଆମେ ଚ୍ୟାନେଲ ଆରମ୍ଭ ବେଳେ ଗଗନ ଦୀପ ସିଂ ସବୁ ସାମଗ୍ରୀ କୋରିୟରରେ ଦିଲ୍ଲୀରୁ ପଠାଇଥିଲେ । ଚ୍ୟାନେଲର ଇନଷ୍ଟାଲେସନ ମଧ୍ୟ ସେ ନିଜେ କଲେ । ପରେ ବି ଟେଲିକାଷ୍ଟ ହୋଇପାରିନଥିଲା । ଅନେକ ଯାନ୍ତ୍ରିକ ତୃଟି ଦେଖିବାକୁ ମିଳିଲା । ଏସବୁ ଯାନ୍ତ୍ରିକ ତୃଟି କାହିଁକି ହେଲା ପଚରାଯିବାରୁ ନିଜେ ଗଗନ ଦୀପ ସ୍ୱୀକାର କରିଥିଲେ ଯେ, ଏଗୁଡିକ ପୁରୁଣା ଓ ଖରାପ କ୍ୱାଲିଟିର । କିନ୍ତୁ ବିଲ୍ ରେ ଏହାର ନୂଆ ସାମଗ୍ରୀ ରେଟ୍ ଲାଗିଛି । ଖାଲି ଏତିକି ନୁହେଁ, ଅନେକ ସଫ୍ଟଓ୍ବେର ବି କାମ କରି ନଥିଲା ।
ସେ ଆମକୁ ସାନି ବିଲ ଦେଲେ । ତାହା ୧ କୋଟି ୨୦ ଲକ୍ଷ ଟଙ୍କାରୁ ୭୦ ଲକ୍ଷକୁ ଖସିଆସିଥିଲା । ତେବେ ଏହି ରେଟରେ ଆମେ ସନ୍ତୁଷ୍ଟ ହେଲୁନାହିଁ । ଉଭୟ ପକ୍ଷରୁ ନିରପେକ୍ଷ ଲୋକଙ୍କୁ ଡାକି ଉଚିତ୍ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଦାବିକଲୁ । ଥରେ ନୁହେଁ ବାରମ୍ବାର କହିଛୁ । ତେବେ ସେ ଏହା ମଧ୍ୟରେ ବହୁତ ଦାମୀ ହାର୍ଡଓ୍ବେର ଓ ସଫ୍ଟଓ୍ବେର ଫେରସ୍ତ ନେଇଯାଇଛନ୍ତି । ଫେରସ୍ତ ନେଇଥିବା ଜିନିଷର ରସିଦ ମଧ୍ୟ ଆମକୁ ଦେଇଛନ୍ତି । ଆମ ଅଫିସରେ ତାଙ୍କର ଆଉ ବେଶି କିଛି ସାମଗ୍ରୀ ନାହିଁ । ସେ ହିସାବ ନକରି ଓଲଟା ଇଓଡବ୍ଲ୍ୟୁରେ ଏତଲା ଦେବା ପଛରେ ଆମକୁ କାହାର ଗୋଟେ ଷଡ଼ଯନ୍ତ୍ର ଥିବା ଭଳି ଅନୁଭବ ହେଉଛି । ଇଓଡବ୍ଲ୍ୟୁ ବି ଯେଉଁଭଳି ଏକତରଫା ଭାବେ ଆମ ବିରୋଧରେ ମାମଲା ରୁଜୁ କରିଛି ତାହା ବି ଆଶ୍ଚର୍ୟ୍ୟଜନକ ।