ବଡଖବର : ଅର୍ଦ୍ଧେନ୍ଦୁ ଙ୍କୁ ଗିରଫ କଲା ଇଓଡବ୍ଲୁ

ବଡ ଖବର ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ନାଁରେ ୯୨ଲକ୍ଷ ୪୭ହଜାର ୭୦ଟଙ୍କାର ଠକେଇ ଅଭିଯୋଗ ଘନୀଭୂତ ହେବାକୁ ଲାଗିଛି । ବର୍ତମାନ ଅର୍ଦ୍ଧେନ୍ଦୁ ଙ୍କ ଗିରଫ ନେଇ ଇଓଡବ୍ଲୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

ଗତକାଲି ଇଓଡବ୍ଲୁ ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସୂଚନା ମୁତାବକ ଗତକାଲି ଭୋର୍ ପ୍ରାୟ ୪ଟା ବେଳେ ତଦନ୍ତକାରୀ ଡିଏସ୍ପିଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ଶ୍ରୀ ଦାସଙ୍କ ଜାଗମରାସ୍ଥିତ ଘରେ ଚଢ଼ଉ କରିଥିଲେ। ମାତ୍ର ଚଢ଼ଉ ବେଳେ ଅର୍ଦ୍ଧେନ୍ଦୁ ଘରେ ଅନୁପସ୍ଥିତ ଥିବାରୁ ଇଓଡବ୍ଲୁ ଖାଲି ହାତରେ ଫେରିଥିଲେ। କିନ୍ତୁ ପରବର୍ତୀ ସମୟରେ ତାଙ୍କୁ ଗିରଫ କରିଛି ଇଓଡବ୍ଲୁ।

ଗିରଫ ଖବର ପାଇ କଂଗ୍ରେସର ବିଧାୟକ ସୁର ରାଉତରାୟ ଓ ବିଜେପି ନେତା ବାବୁ ସିଂହ ପ୍ରମୁଖ ଇଓଡବ୍ଲୁ ଅଫିସରେ ପହଞ୍ଚିଥିବାର ସୂଚନା ମିଳିଛି। ଉଭୟେ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ଘଟଣା କୁ ଦୃଢ଼ ନିନ୍ଦା କରିଛନ୍ତି। ଗଣମାଧ୍ୟମର କଣ୍ଠରୋଧ କରିବା ଲାଗି ରାଜ୍ୟ ସରକାର ଏଭଳି ହୀନ ଚକ୍ରାନ୍ତ ହୋଇଥିବାର ଅଭିଯୋଗ କରିଛନ୍ତି।

ଏପଟେ ତାଙ୍କ ନାଁରେ ଭୁବନେଶ୍ୱର ବଡ଼ଗଡ଼ ଥାନାରେ ଆଉ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ସେ ଘର ଭଡ଼ା ଦେଇନାହାନ୍ତି ବୋଲି ଅଭିଯୋଗ କରି ଘର ମାଲିକ ବିଶ୍ୱଜିତ ସାହୁ ଯାଇ ତାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ଅନେକ ଦିନର ଘର ଭଡ଼ାକୁ ମିଶାଇ ଅର୍ଦ୍ଧେନ୍ଦୁ ୫ ଲକ୍ଷ ୮୫ ହଜାର ଟଙ୍କା ଭଡ଼ା ବାବଦରେ ବାକି ରଖିଛନ୍ତି ବୋଲି ଘର ମାଲିକ ଅଭିଯୋଗ କରିଛନ୍ତି ।

 

Leave a Comment