ଟୁଁଗୁରୁ ବର୍ଷା ଙ୍କ ଖେଳ ଖତମ ,ଖୁବ ଶୀଘ୍ର ହେବେ ଗିରଫ !

ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗାଁ ଗହଳି ର ପାନ ଦୋକାନ ସବୁଠି ଏବେ ଗୋଟିଏ ନାଁ ବର୍ଷା ଟୁଁଗୁରୁ I ଆଉ ଆମ ମିଡ଼ିଆ ଭାଇ ଭାଇ ମାନେ ବି ସକାଳ ଉଠିବା ପରେ ବର୍ଷା କୋଉ ଟୁଥ ପେଷ୍ଟ ରେ ଦାନ୍ତ ଘଷିଲା ଠୁ ଆରମ୍ଭ କରି ଟୁଁଗୁରୁ ସହିତ କେତେଥର ଆଇ ଲଭ ୟୁ କହିଲା ସିଧା ପ୍ରସାରଣ କରୁଛନ୍ତି I

ବର୍ଷା ଦୁଇ ଦୁଇଟି ପିଲାଙ୍କୁ ଛାଡି ଏବେ ସୋସିଆଲ ମିଡ଼ିଆ ଷ୍ଟାର ,ତାଙ୍କୁ ନେଇ ଆଲବମ ଲେଖାଯାଇଛି ଏବଂ ସେ ସେଥିରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିଥିବା ବେଳେ ଟୁଁଗୁରୁ ବି ଆଲବମ କରିଛନ୍ତି ,କେବଳ ଏତିକି ନୁହେଁ ଉଭୟ ନିଜ କର୍କଶ ସ୍ୱର ରେ ଗୀତ ମଧ୍ୟ ଗାଈ ସାରିଲେଣି ଯାହାକି ମିଲିଅନ ଭିଉ ହେଇଛି I ଉଭୟ ଙ୍କୁ ନେଇ ସୋସିଆଲ ମିଡ଼ିଆ ଠାରୁ ଗଣମାଧ୍ୟମ ଯାଏଁ ପଡୁଛି ଉଠୁଛି ତେବେ ଏପଟେ ଅଟୋ ଵାଲା ଙ୍କୁ ଆଉ କେହି ବିଶ୍ୱାସ କରୁନାହାନ୍ତି ଟୁଁଗୁରୁ ଙ୍କ କାରନାମା ପାଇଁ I ତେବେ ଖୁବଶୀଘ୍ର ଉଭୟ ଗିରଫ ହେଇପାରନ୍ତି , ଅଡୁଆ ବଢ଼ିବାରେ ଲାଗିଛି I

Tunguru

ଭୁବନେଶ୍ୱର ଅଟୋ ଚାଳକ ସଙ୍ଘ ପକ୍ଷରୁ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କୁ ତୁରନ୍ତ ଗିରଫ କରିବାକୁ ଏତଲା ଦିଆଯାଇ ଦାବି କରାଯାଇଛି। ଏମାନଙ୍କ ପାଇଁ ସେମାନଙ୍କ ଜୀବିକା ରେ ବାଧା ସୃଷ୍ଟି ହେଉଛି I ସେମାନଙ୍କୁ ଲୋକେ ହୀନ ଦୃଷ୍ଟି ରେ ଦେଖୁଛନ୍ତି I ଗତକାଲି ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଗ୍ରୁପ୍ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି I କୁହାଯାଇଛି ଯେ, ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କୁ ନେଇ ଯେଉଁ ପ୍ରକାର ଆଲବମ ତିଆରି କରାଯାଉଛି, ତାହା ଅଟୋଚାଳକଙ୍କ ମାନ ସମ୍ମାନକୁ ହାନି କରୁଛି। ସବୁ ଅଟୋଚାଳକ ସମାନ ନୁହନ୍ତି।

ଯଦି ଗୀତ କରିବାର ଅଛି ତେବେ ଦ୍ରୌପଦୀ ମୁର୍ମୁଙ୍କ ଉପରେ କରାଯାଉ। କିନ୍ତୁ ତରିତ୍ରହୀନ ବ୍ୟକ୍ତିଙ୍କୁ ହାଇଲାଇଟ କରି ରାତାରାତି ଷ୍ଟାର ବନେଇଦିଆଯାଉଛି। ଏଭିଳି ଗୀତ କରୁଥିବା ଆଲବମ ନିର୍ମାତାମାନେ ଓଡିଆ ଭାଷା ଓ ଓଡିଆ ଜାତି ପାଇଁ କଳଙ୍କ ବୋଲି ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଗ୍ରୁପ୍ କହିଛି।
ବିବାଦୀୟ ପ୍ରେମିଯୁଗଳଙ୍କୁ ନେଇ ପ୍ରସ୍ତୁତ ଗୀତ ପ୍ରତ୍ୟେକ ଅଟୋଚାଳକଙ୍କ ଅପମାନିତ କରୁଛି। ତେଣୁ ତୁରନ୍ତ ଏ ଦୁହେଁ ଙ୍କୁ ଗିରଫ କରାଯାଉ ନଚେତ ଆଗାମୀ ଦିନରେ ଅଟୋ ଡ୍ରାଇଭର ମାନେ ଧାରଣା ରେ ବସିବେ I

Leave a Comment