ରାଜଧାନୀ ରାସ୍ତାରେ କାନ୍ଦୁଛନ୍ତି ହଜାର ହଜାର କିନ୍ନର ,ମୀରା କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ

ରାଜଧାନୀ ରେ ବର୍ଷା ଲାଗି ରହିଥିବା ବେଳେ ବର୍ଷା ରେ କାନ୍ଦି କାନ୍ଦି ଗଡି ଗଡି ନ୍ୟାୟ ମାଗୁଛନ୍ତି ହଜାର ହଜାର କିନ୍ନର I ମୀରା ପରିଡା ହାଏ ହାଏ ନାରା ରେ ଗର୍ଜିଛି ଭୁବନେଶ୍ୱର I କିନ୍ନର ସଭାପତି ମୀରା, ସାଧନା, ମେଘନା, କାଜଲଙ୍କ ବିରୋଧରେ କିନ୍ନର ସଂଘ ସଦସ୍ୟ ମାନେ ଆଜି ଜୋରଦାର ବିରୋଧ କରିଛନ୍ତି

ପାଖାପାଖି ତିନି ହଜାର କିନ୍ନର ଆଜି ଲୋୟର ପିଏମଜି ରେ ନାରା ଦେଇ କହିଛନ୍ତି କି ମୀରା ପରିଡା ବିଜେଡି ନେତ୍ରୀ ହେବାପରେ ଆମକୁ ଶୋଷଣ କରୁଛନ୍ତି I ଆମ ନାମରେ କୋଟି କୋଟି ଟଙ୍କା ଆସୁଥିବା ବେଳେ ସେସବୁ ରୁ ଆମକୁ ବଞ୍ଚିତ କରାଯାଇଛି ଏବଂ ହରି ଲୁଟ କରାଯାଇ ଏସବୁ ପଇସା ରେ ଆଜି ମୀରା ପରିଡା କୋଟିପତି ହେଇଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ସାଥି କିନ୍ନର I

ମୀରା ଙ୍କ ଶଖା ଏନଜିଓକୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବା ସହିତ ଭଦ୍ରକ ଜିଲ୍ଲାରେ ହୋଇଥିବା ୨ କିନ୍ନର ଗୋଷ୍ଠୀଙ୍କ ଗଣ୍ଡଗୋଳ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି I ଆଗାମୀ ଦିନରେ ନ୍ୟାୟ ନ ମିଳିଲେ ସବୁ ଜିଲ୍ଲାରୁ କିନ୍ନର ଆସି ରାଜଧାନୀ ରେ ମୀରା ଙ୍କ ପାଇଁ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି I ଅପରପକ୍ଷରେ ଏ ପ୍ରସଙ୍ଗ ରେ ମୀରା ପରିଡା କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

Leave a Comment