ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଘଟଣା ର ତଦନ୍ତ ଚାଲିଥିବା ବେଳେ ସନ୍ଦେହ ଘେର କୁ ଆସିଥିଲେ ରଶ୍ମି ଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର I ତେବେ ଆଜି ସନ୍ତୋଷ ଆଜି ଆତ୍ମହତ୍ୟା କରିଛନ୍ତି I ରାଉରକେଲା ର ବାସନ୍ତୀ କଲୋନୀ ରେ ନିଜ ବାସଭବନ ରେ ଗତକାଲି ବିଳମ୍ୱିତ ରାତ୍ରି ରେ ନିଜ ଜୀବନ ହାରିଛନ୍ତି ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ।
ସୂଚନା ଥାଉ କି ଟେଲି ଅଭିନେତ୍ରୀ ରଶ୍ମୀରେଖା ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ଆତ୍ମହତ୍ୟା କରିଥିଲେ ଏବଂ ସେହି ଘରେ ସେ ସନ୍ତୋଷ ପାତ୍ର ଙ୍କ ସହିତ ଲିଭ-ଇନ୍ରେ ରହୁଥିଲେ I
ରଶ୍ମି ଙ୍କ ଆତ୍ମହତ୍ୟା ର ଜେରା ଭିତରେ ଗତ ୨୪ ତାରିଖରେ ନୟାପଲ୍ଲୀ ଥାନାରେ ସନ୍ତୋଷ ସ୍ୱୀକାର କରିଥିଲେ ଯେ ସେ ଏବଂ ରଶ୍ମି ଏକାଠି ବିବାହ କରିଥିଲେ ଏବଂ ଏକତ୍ର ରହୁଥିଲେ I ତେବେ ସନ୍ତୋଷ ଙ୍କ ଆତ୍ମହତ୍ୟା ର ସଠିକ କାରଣ ସ୍ପଷ୍ଟ ଜଣା ପଡି ନାହିଁ I ହୁଏତ ସେ ମାନସିକ ଅବସାଦ ରେ ଥାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି I