ବରିଷ୍ଠ କଳାକାର ତଥା ଲୋକପ୍ରିୟ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା ଙ୍କ ନାମରେ ଥାନାରେ ଏତଲା ଦେଇଛି ଯାତ୍ରା ପାର୍ଟି I ସୂଚନା ଅନୁଯାୟୀ ଯାତ୍ରା ପାର୍ବତୀ ଏବଂ ରାଜଧାନୀ ଅପେରା ପାଇଁ ଆଗାମୀ ବର୍ଷ ଯାତ୍ରା କରିବାକୁ ଚୁକ୍ତି କରି ପାର୍ଟି ଠାରୁ ଦୈତାରୀ ପଣ୍ଡା ଅଗ୍ରିମ 15 ଲକ୍ଷ ନେଇଥିଲେ I
ତେବେ ଅଗ୍ରିମ ନେବାପରେ ମଧ୍ୟ ଯାତ୍ରା ରେ ଯୋଗ ଦେଇନାହାନ୍ତି ବରଂ ଫୋନ କଲେ ରିସିଭ କରୁନଥିବା ଅଭିଯୋଗ କରି ଯାତ୍ରା ମୁଖ୍ୟ ତଥା ହର ବାରିକ ଏନେଇ ଥାନାରେ ଏତଲା ଦେଇଛନ୍ତି I
ଅପରପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ଦୈତାରୀ ପଣ୍ଡା ଏ ବର୍ଷ ମଧ୍ୟ କୋଣାର୍କ ପାଇଁ କାମ କରିବେ ଏନେଇ କୋଣାର୍କ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛି I ତେବେ ଚୁକ୍ତି କୁ ଖିଲାପ କରି ଯାତ୍ରା ପାଇଁ କ୍ଷତି କରିଥିବା ଦୈତାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜଧାନୀ ମିଡ଼ିଆ ମିଡ଼ିଆ ହାଉସ ପକ୍ଷରୁ ଏତଲା ରେ ଦର୍ଶା ଯାଇଛି