ପାର୍ବତୀ କୁ ଫେରିଲେ ଲତା ମଣ୍ଡଳ କହିଲେ ମୁଁ ଆସିବାରୁ ଭୟରେ ଠକ ଦୈତାରୀ ପଳେଇଲା

କିଛିଦିନ ଧରି ବିବାଦ ରେ ଅଛନ୍ତି ଯାତ୍ରା ଟାଇଗର ଦୈତାରୀ ପଣ୍ଡା I ଯାତ୍ରା ପାର୍ବତୀ ରେ ଅଭିନୟ କରିବେ ବୋଲି ଅଗ୍ରିମ 15ଲକ୍ଷ ନେଇ ଏବେ ଧରା ଛୁଆଁ ଦେଉ ନଥିବା ଅଭିଯୋଗ ହେଇଥିବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଦୈତାରୀ ପଣ୍ଡା I ସେ କୌଣସି ଚୁକ୍ତି କରି ନାହାନ୍ତି କି ତାଙ୍କର ପାର୍ବତୀ ରେ ଅଭିନୟ କରିବାର ନଥିଲା ବୋଲି ସଫେଇ ଦେଇଥିବା ବେଳେ ଦୈତାରୀ ଙ୍କ ସହିତ ହେଇଥିବା ଚୁକ୍ତିନାମା ର ପ୍ରମାଣ ଦେଇଛନ୍ତି ହର ବାରିକ I

ଏପଟେ ଯାତ୍ରା ପାର୍ବତୀ କୁ ଫେରିଛନ୍ତି ବହୁ ଚର୍ଚିତ ତଥା ନିଜକୁ ଦୈତାରୀ ଙ୍କ ପତ୍ନୀ କହୁଥିବା ଲତା ମଣ୍ଡଳ I ପାର୍ବତୀ ଗଣନାଟ୍ୟ ରେ ଅଭିନୟ କରିବା ପାଇଁ ଦୀର୍ଘ ବର୍ଷ ପରେ ସଜବାଜ ହେଇ ଫେରିଛନ୍ତି I ଏକ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଦୈତାରୀ ଅଭ୍ୟାସ ଗତ ଠକ I ମତେ ଠକିଥିଲେ ,ମୁଁ ଏତଲା ଦେଇଥିଲି କିନ୍ତୁ ସ୍ୱାମୀ ଭାବରେ ଆସି ମୋ ଗୋଡ ତଳେ ପଡିବାରୁ କ୍ଷମା କରିଦେଇଥିଲି I

କିନ୍ତୁ ସତ ର ଜୟ ହେବ , ଦିନ ଆସିବ ସେ ବିଡି ଟାଣିବାକୁ ପଇସା ପାଇବନି I ମୁଁ ଯାତ୍ରା କୁ ଫେରିଥିବାରୁ ସେ ଡ଼ରିକି ପଳେଇଚି I ସୂଚନା ଥାଉ କିଯାତ୍ରା ବାଦଶାହା ଦୈତାରୀ ପଣ୍ଡା ଙ୍କ ଦ୍ୱିତୀୟ ପରିବାର ଥିବା ତଥା ବିଗତ ଦିନର ନାୟିକା ଯାତ୍ରା ଲତା ମଣ୍ଡଳ ଙ୍କୁ ବିବାହ କରି ଅଧା ବାଟରେ ଛାଡି ଚାଲିଯାଇଥିଲେ I ଦୈତାରୀ ଙ୍କ ଔରଶରୁ 22 ବର୍ଷ ର ଏକ ସନ୍ତାନ ମଧ୍ୟ ଅଛନ୍ତି I

କିନ୍ତୁ ଦୈତାରୀ ତାଙ୍କ ପୁଅ ଏବଂ ଲତାଙ୍କୁ ସବୁବେଳେ ଦୁରେଇ ରଖିଛନ୍ତି I ଏନେଇ ଏକ ପ୍ରମୁଖ ଗଣମାଧ୍ୟମ ଆଗରେ ନିଜର ମତ ରଖିଥିଲେ ଲତା I ଅନ୍ତତ ପକ୍ଷେ ନିଜ ପାଇଁ ନହେଲା ନାଇଁ ପୁଅ ସୋମନାଥ ର ପିତୃତ୍ୱ ପରିଚୟ ଦେବାକୁ ଦୈତାରୀ ଙ୍କୁ ଅନୁରୋଧ କରିଥିଲେ I କିନ୍ତୁ ଲତା ଙ୍କୁ ସେ ଚିହିଁ ନଥିବା କହିଥିଲେ ଏବଂ ସବୁ ପ୍ରମାଣ ଦେଇଥିଲେ ଲତା I ପରେ ଥାନା ର ଦ୍ୱାରସ୍ଥ ହେଇଥିଲେ ଲତା I ତେବେ ଲତା କୁହନ୍ତି କି ଦୈତାରୀ  ପାଦ ତଳେ ପଡି ଭୁଲ ମାଗିବାରୁ କ୍ଷମା କରିଦେଇଥିଲି I

Leave a Comment