ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଅଲିଆ: କହୁ କହୁ କହିଦେଲେ କରନ୍

ଆଲିଆ ଙ୍କ ବାହାଘର ର 3 ମାସ ରେ ଗର୍ଭବତୀ ନେବାର ଖବର ଆସିବା ପରେ ସୋସିଆଲ ମିଡିଆ ରେ ଅନେକ ଚର୍ଚ୍ଚା ଶୁଣିବାକୁ ମିଳିଥିଲା।

 

ବିବାହ ଆଗରୁ ଗର୍ଭବତୀ ଥିଲେ କହି ଅନେକ ଚର୍ଚ୍ଚା ଚାଲିଥିଲା।

କେହି କେହି ତ କହିଥିଲେ ଯେ ଗର୍ଭବତୀ ହୋଇଗଲେ ବୋଲି ରଣବୀର ବାହା ହେଲେ।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, କିଛି ଦିନ ତଳେ ଆଲିଆ ଗର୍ଭବତୀ ଥିବା ଖବର ଉପରେ କରଣଙ୍କୁ ପ୍ରତିକ୍ରିୟା ମଗାଯିବା ପରେ ଇଟାଇମ୍ସକୁ ତାଙ୍କ ପ୍ରତିକ୍ରିୟା ଦେଇ ସେ କହିଥଲେ, ଆଲିଆ ଗର୍ଭବତୀ ଥିବା ଜାଣି ମୁଁ କାନ୍ଦିବାକୁ ଲାଗିଥିଲି। ସେ ଏଖବର ଦେବାକୁ ମୋ ଅଫିସକୁ ଆସିଥିଲେ। ମୋର ମନେ ଅଛି, ସେଦିନ ମୋର କେଶ ଠିକ ଭାବେ ସେଟ୍ ହେଉନଥିଲା। ଏଥିପାଇଁ ମୁଁ ବିରକ୍ତ ହୋଇ ଏକ ହୁଡି ପିନ୍ଧିବା ସହ ଏକ କ୍ୟାପ୍ ପିନ୍ଧି ମୋ ଚେୟାରରେ ବସିଥିଲି। ଏହି ସମୟରେ ଆଲିଆ ଆସି ମୋତେ ଖୁସି ଖବର ଦେଇଥିଲେ। ଏହା ଶୁଣି ମୁଁ ଭାବବିହ୍ବଳ ହୋଇପଡ଼ିବାରୁ ଆଲିଆ ମୋତେ ଆଲିଙ୍ଗନ କରିଥିଲେ।

ତେବେ କଫି ଉଇଥ୍ କରଣ ସିଜିନ-୭କୁ ଆଲିଆ ଭଟ୍ଟ ଓ ରଣବୀର ସିଂହ ଆସିଥିବା ବେଳେ କରଣ ଏବଂ ଆଲିଆ ଏହି ଦିନ ବିଷୟରେ ଆଲୋ‌ଚନା କରିଥିଲେ। ତେବେ ସେଦିନର ଘଟଣା ବିଷୟରେ ଆଲିଆ ସୋ’ରେ କହିଥିବା ‌ବେଳେ ତାଙ୍କ ଦ୍ବାରା ଗୋଟିଏ ଭୁଲ ହୋଇଯାଇଥିଲା। ପୂର୍ବରୁ ଇଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ କରଣ ଯେଉଁ ଦିନର ଘଟଣା ବିଷୟରେ କହିଥିଲେ ଆଲିଆ ମଧ୍ୟ ସମାନ ଘଟଣା ବିଷୟରେ ସୋ’ରେ କହିଥିଲେ। ହେଲେ ସେ ଗର୍ଭବତୀ ନୁହେଁ ବିବାହ କରିବାକୁ ଯାଉଥିବା ଖବର କରଣଙ୍କୁ ଜଣାଇଥିବା କହିଥିଲେ।

 

ତେବେ ଅଜାଣତରେ ଏଭଳି ଭୁଲ ହେବା ପରେ ଏବେ ଆଲିଆ ବିବାହ ପୂର୍ବରୁ ହିଁ ଗର୍ଭବତୀ ଥିଲେ ବୋଲି ଲୋ‌କେ କହିବା ଆରମ୍ଭ କହିଛନ୍ତି।

 

 

Leave a Comment