ସରିଲା ନିର୍ବନ୍ଧ ,ବିବାହ ବନ୍ଧନ ରେ ବାନ୍ଧିହେବେ ଅଶ୍ୱିନୀ

ଓଲିଉଡର ସୁପରିଚିତ ଅଶ୍ୱିନୀ ତ୍ରିପାଠୀ ଏବେ ହାତକୁ ଦି ହାତ ହେବାକୁ ଯାଉଛନ୍ତି I ନିକଟରେ ତାଙ୍କ ର ପ୍ରତିଟି ଆଲବମ ଭିଡିଓ ମିଲିଅନ ମିଲିଅନ ଭିୟୁଜ ଛୁଉଁ ଥିବା ବେଳେ ତାଙ୍କ ଅଭିନୀତ ଫଗୁଣ ରେ ଫଗୁଣ ଆଲବମ ରେ ପ୍ରେରଣା ଙ୍କ ସହିତ ଆଲବମ କରିଥିଲେ ଅଶ୍ୱିନୀ I

ତେବେ ସତକୁ ସତ ପ୍ରେରଣା ଙ୍କ ମଥାରେ ସିନ୍ଦୁର ଦେବେ ଅଶ୍ୱିନୀ I ଆଜି ଉଭୟ ଙ୍କର ନିର୍ବନ୍ଧ ଆନୁଷ୍ଠାନିକ ଭାବେ ସରି ଯାଇଛି I ପୂର୍ବରୁ ଉଭୟ ଙ୍କ ପ୍ରେମ କାହାଣୀ କୁ ନେଇ ଜୋରଦାର ଚର୍ଚା ହେଉଥିଲା I

ପ୍ରେମିକା ପ୍ରେରଣା ଙ୍କ ସହିତ ତାଙ୍କ ର କେବଳ ବନ୍ଧୁତ୍ୱ ଥିବା ସଫେଇ ଦେଉଥିବା ଅଶ୍ୱିନୀ ଶେଷରେ ବନ୍ଧୁତ୍ୱ ର ସମ୍ପର୍କ କୁ ଆଉ ପାଦେ ଆଗେଇ ନେଇଛନ୍ତି I ଉଭୟ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି I ଉଭୟ ଙ୍କୁ ନୂଆ ଯାତ୍ରା ର ଶୁଭେଚ୍ଛା I

Leave a Comment