ବିଜେପି ର ଯାତ୍ରା ପୁସ୍ତକ କୁ ଉନ୍ମୋଚନ କଲେ ବିଜେଡି ବିଧାୟକ ସୌମ୍ୟ ,ହେଉଛନ୍ତି କି ବିଜେପି ମୁଁହା

ଗତକାଲି ମେ ଫେୟାର କନଭେନ୍ସନରେ ଯାହା ଘଟିଲା ତାକୁ ନେଇ ଏବେ ରାଜ୍ୟ ରାଜନୀତି ରେ ପଡୁଛି ଉଠୁଛି I ବିଜେପି ର ଯାତ୍ରା ଏବଂ ଅମିତ ସାହା ଙ୍କ ଉପରେ ଲିଖିତ ପୁସ୍ତକ କୁ ଗତକାଲି ଉନ୍ମୋଚନ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ସୌମ୍ୟ ପଟନାୟକ ଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ସୌମ୍ୟ ଉପସ୍ଥିତ ରହି ଉନ୍ମୋଚନ କରିଥିଲେ I ଏହା ସହିତ ଅମିତ ଶାହାଙ୍କୁ ପ୍ରଶଂସା କରି ବିଜେପିର ଜୟଯାତ୍ରା କାମନା କରିଥିଲେ I

ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମୁଁହରେ ଥିଲା କେବଳ ବିଜେପିର ପ୍ରଶଂସା I ବିଜେଡି ରେ ଥାଇ ମଧ୍ୟ ମଝିରେ ମଝିରେ ନିଜ ସମ୍ପାଦକୀୟ ରେ ବିଜେଡି କୁ ଯେଭଳି କଟାକ୍ଷ କରନ୍ତି ତାହା ତ ସମସ୍ତେ ଜାଣିଛନ୍ତି I ଏବେ ବିଜେପି ର ଉନ୍ମୋଚନ ସଭାରେ ସୌମ୍ୟ ଙ୍କ ଉପସ୍ତିତି ସବୁଆଡେ ଚର୍ଚା ହେଉଛି ଓଡ଼ିଶାର ସିନ୍ଧେ ହେବେ କି ସୌମ୍ୟ !

ଓଡ଼ିଶାରେ ବାରମ୍ବାର ବିଜେପି ପରାଜୟ ପରେ ଏବେ ଓଡିଶା କୁ ଜଣେ ଏକନାଥ ସିନ୍ଧେ ହିଁ ଆବଶ୍ୟକ ,ଯିଏ ବିଜେଡି କୁ ଦୁଇଫାଳ କରି ବିଜୟ ଆଣିବେ I ଏମିତିରେ ଓଡିଶା ବିଜେପି ର ଜଣେ ଟାଣୁଆ ନେତା ପ୍ରଦୀପ ପୁରୋହିତ ବି କହି ସାରିଛନ୍ତି ଓଡିଶା ରୁ ଜଣେ ସିନ୍ଧେ ଦରକାର ବିଜେଡି ରେ I

Leave a Comment