ଲୋକ ଙ୍କ ଆଖି ଆଢ଼ୁଆଳରେ କରୋନା ଏବେ ନିଜ ୫ ମାସ ର ରେକର୍ଡ ଭାଙ୍ଗି ସାରିଲାଣି।
୫ ମାସ ଭିତରେ ଆଜି ସବୁଠୁ ବେଶି ସଂକ୍ରମଣ ଚିହ୍ନଟ ହୋଇଛି।
୧୪୫ ଦିନ ପରେ ଦେଶରେ ୨୪ ଘଣ୍ଟାରେ ୨୦,୧୩୯ ନୂଆ ମାମଲା ଚିହ୍ନଟ ହେବା ସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୬,୮୯,୯୮୯ ରହିଛି। ଅନ୍ୟପକ୍ଷରେ ସକ୍ରିୟ ମାମଲା ୧,୩୬,୦୭୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୩୮ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୫୫୭ରେ ପହଞ୍ଚିଛି । ସକ୍ରିୟ ମାମଲା ମୋଟ ସଂକ୍ରମଣ ମାମଲାର ୦.୩୧ ପ୍ରତିଶତ। କରୋନା ଆରୋଗ୍ୟ ହାର ୯୮.୪୯ ପ୍ରତିଶତ ରହିଛି।
ଓଡ଼ିଶା ଅବସ୍ଥା
ଓଡ଼ିଶା ରେ ମଧ୍ୟ କରୋନା ସଂକ୍ରମଣ ଉର୍ଦ୍ଧମୁଖା ରହିଛି।ଗତ ୨୪ଘଣ୍ଟାରେ ସଂକ୍ରମଣ ୮ଶହ ଡେଇଁଛି। ଦୈନିକ ସଂକ୍ରମଣ ଏବେ ୨୭ ଜିଲ୍ଲାକୁ ଲମ୍ବିଲାଣି। କେବଳ ରଥଯାତ୍ରା ନୁହେଁ, ଏବେ ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ବଢ଼ିବା ରାଜ୍ୟ ପାଇଁ ନୂଆ ବିପଦ ଆଣିଛି।
ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ସଂକ୍ରମଣ ବଢ଼ୁଥିବାରୁ ଏସବୁ ରାଜ୍ୟକୁ ଲାଗିଥିବା ଜିଲ୍ଲାଗୁଡ଼ିକ ପାଇଁ ସତର୍କ ରହିବାର ସମୟ ଆସିଛି।
କୋଭିଡ ସଂକ୍ରମଣକୁ ନଜରରେ ରଖି କୋଭିଡ ଟେଷ୍ଟିଂ ବଢ଼ି ଚାଲିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯,୨୧୮ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ୮୦୪ ପଜିଟିଭ୍ ବାହାରିଛନ୍ତି।