୧୯ ବର୍ଷ ପରେ ମହାସଂଯୋଗ ଶ୍ରାବଣ ମାସରେ କରନ୍ତୁ ଏହି ଛୋଟିଆ ପ୍ରତିକାର ,ମିଳିବ ଶିବ ଙ୍କ ପ୍ରସନ୍ନତା

ବର୍ଷକ ଭିତରେ ଶ୍ରାବଣ ମାସ କୁ ପବିତ୍ର ଭାବେ ମନାଯାଏ ,ବିଶ୍ୱାସ ରହିଛି କି ଏହି ମାସରେ ସ୍ୱୟଂ ପ୍ରଭୁ ଶିବ ଙ୍କୁ ପ୍ରସନ୍ନ କରାଯାଇପାରିବ I ଯେଉଁଥିପାଇଁ କି ଭକ୍ତ ମାନେ ବୋଲବମ ରେ ପାଣି ନେଇ ଶିବ ଙ୍କ ମସ୍ତକ ରେ ଢ଼ାଳିଥାନ୍ତି I

ସବୁବର୍ଷ ପରି ଏବର୍ଷ ମଧ୍ୟ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି କିନ୍ତୁ 19 ବର୍ଷ ପରେ ଏହି ବର୍ଷ ଶ୍ରାବଣ ମାସରେ ମହାସଂଯୋଗ ପଡୁଛି ଯେଉଁଥିପାଇଁ ଏ ବର୍ଷ ଶ୍ରାବଣ ମାସ ପୁରା 30 ଦିନ ଯାଏଁ ରହିବ I ଏଥର ଶ୍ରାବଣ ମାସ ରେ କିଛି ଛୋଟ ଉପାୟ କରିବା ଦ୍ୱାରା ସଫଳତା ମିଳିବା ସହିତ ପ୍ରଭୁ ଶିବ ପ୍ରସନ୍ନ ହେବେ I ଶ୍ରାବଣ ମାସର ପ୍ରଥମ ଦିନରେ ଘରର ରୋଷେଇଘରେ ଗଙ୍ଗା ଜଳ ରଖିଦିଅନ୍ତୁ ଏହାଦ୍ୱାରା ଘର ର ସୌଭାଗ୍ୟ ବୃଦ୍ଧି ହେଇଥାଏ ଏବଂ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ I


ଶ୍ରାବଣ ମାସର ସୋମବାର ରେ ପ୍ରଭୁ ଶିବ ଙ୍କୁ କଞ୍ଚା କ୍ଷୀର ,ଭାଙ୍ଗ ,ଅରଖ ମାଳା ସହିତ ଗଇଛ ଫୁଲ ଅର୍ପଣ କରନ୍ତୁ ଏହା ଶିବ ଙ୍କର ବହୁତ ପସନ୍ଦ ଅଟେ I ଏହାଦ୍ୱାରା ଶିବ ପ୍ରସନ୍ନ ହେବା ସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି I ଏଥର ଶ୍ରାବଣ ମାସରେ ମହାସଂଯୋଗ ରେ ୬ଟି ରାଶିର ବ୍ୟକ୍ତି ଉପରେ ବହୁତ ଭଲ ପ୍ରଭାବ ପଡିବ I ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶ୍ରାବଣ ମାସ ବହୁତ ଭଲ ରହିବ ,ମାନ ସଂମାନ ବୃଦ୍ଧି ହେବ କେବଳ ନିଜ ରାଗ ବା କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ

କର୍କଟ ରାଶି : ଏହି ରାଶିର ବ୍ୟକ୍ତି ମାନେ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ ,ଚାକିରୀ ଏବଂ ବ୍ୟବସାୟ ରେ ଲାଭ ରହିବ I ମୀନ ରାଶି :ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଶ୍ରାବଣ ମାସ ବହୁତ ଭଲ ରହିବ I ଲାଗି ରହିଥିବା ସମସ୍ତ ବିବାଦ ଦୂର ହେବା ସହିତ ସଫଳତା ମିଳିବ I କନ୍ୟାରାଶି : ପ୍ରଭୁ ଶିବ ଏହି ରାଶି ର ବ୍ୟକ୍ତି ମାନଙ୍କର ସମସ୍ତ ମନସ୍କାମନା ଶ୍ରାବଣ ମାସ ରେ ପୂର୍ଣ୍ଣ କରିବେ I ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ I କୁମ୍ଭ ଏବଂ ମେଶ ରାଶି :ଶ୍ରାବଣ ମାସ ଏହି ରାଶି ପାଇଁ ଶୁଭ ଫଳ ଦେବା ସହିତ ଅକସ୍ମାତ ଖୁଶି ଖବର ପାଇବେ I ଯଦି କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଚାଁହୁଥାନ୍ତି ତେବେ ଏହି ଶ୍ରାବଣ ମାସ ରୁ ହିଁ ଶୁଭାରମ୍ଭ କରନ୍ତୁ I

Leave a Comment