ଆଜି ଓଡ଼ିଆ ସିନେମା ସୁପରଷ୍ଟାର ବାବୁଶାନ ଏବଂ ପ୍ରକୃତି ମିଶ୍ର ଙ୍କ ଭିଡିଓ ଭାଇରଲ ହେବା ସହିତ ସାରା ଓଡିଶା ରେ ଚର୍ଚା ବିଷୟ ପାଲଟିଛି ,ସେପଟେ ସାମ୍ନା କୁ ଆସିଛି ଆଉ ଏକ ଘଟଣା I ଏକଦା ଓଡ଼ିଆ ସିନେମା ରେ ନାୟିକା ଭାବେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଥିବା ଜଣେ ନାୟିକା ଙ୍କ ଘରୁ ପ୍ରବର୍ତ୍ତନ ନିର୍ଦେଶାଳୟ ୨୦ କୋଟି ଟଙ୍କା ଜବତ କରିଛି I
ନାୟିକା ଜଣଙ୍କ ନାମ ଅର୍ପିତା ମୁଖାର୍ଜୀ, ସେ ତୃଣମୂଳ କଂଗ୍ରେସ’ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଘନିଷ୍ଠ ସହଯୋଗୀ I ତେବେ ଏହି ନାୟିକା ଜଣଙ୍କ ଅତୀତ ରେ ଅନୁଭବ, ସବ୍ୟସାଚୀ, ବୁଦ୍ଧାଦିତ୍ୟ ଓ ଆକାଶଙ୍କ ଭଳି ସୁପରଷ୍ଟାର ଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରି ସାରିଛନ୍ତି I
‘ବନ୍ଦେ ଉତ୍କଳ ଜନନୀ ’ ଜରିଆରେ ଅର୍ପିତା ମୁଖାର୍ଜୀଙ୍କର ଓଲିଉଡରେ ଏଣ୍ଟ୍ରି କରିଥିଲେ , ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ତାଙ୍କୁ ଦେଖିବାକୁ ମିଳିଥିଲା। ପରେ ଅନୁଭବଙ୍କ ବିପକ୍ଷରେ ‘ମୁଁ କଣ ଏତେ ଖରାପ ,ବୁଦ୍ଧାଦିତ୍ୟଙ୍କ ସହ ‘ପ୍ରେମରୋଗୀ’, ସବ୍ୟସାଚୀଙ୍କ ସହ ‘ ତୋର ମୋର ଯୋଡ଼ି ସୁନ୍ଦର ’ ଏବଂ ଆକାଶଙ୍କ ବିପକ୍ଷରେ ‘ ରାଜୁ ଆଓ୍ଵାରା ’ ଭଳି ସିନେମା ରେ ସେ ନଜର ଆସିଥିଲେ ମୁଖ୍ୟ ଚରିତ୍ର ରେ I