ସୁପରଷ୍ଟାର ବାବୁଶାନ ଏବଂ ଏବଂ ପ୍ରକୃତି ମିଶ୍ର ଙ୍କ ପ୍ରେମ ଘଟଣା ର ଭିଡିଓ କୁ ନେଇ ସବୁଆଡେ ଜୋରଦାର ଚର୍ଚା ହେବାପରେ ଶେଷରେ ମୁଁହ ଖୋଲିଛନ୍ତି ବାବୁଶାନ ଏବଂ ପ୍ରକୃତି ମିଶ୍ର I ବାବୁଶାନ କହଗିଛନ୍ତି କି ଏକ ଫିଲ୍ମର ପ୍ରମୋସନ୍ ପାଇଁ ଯାଉଥିଲେ ମୁଁ ପ୍ରକୃତିଙ୍କୁ ପିକ୍ଅପ୍ କରି, ଚେନ୍ନାଇ ଯିବା ଲାଗି ଏୟାରପୋର୍ଟକୁ ଯାଉଥିଲୁ ।
ଆମେ ସାଙ୍ଗ ହୋଇ କାମ କରୁଛୁ । ସେ ମୋର ଭଲ ବନ୍ଧୁ । କିନ୍ତୁ ପତ୍ନୀ ଏହାକୁ ବୁଝି ନପାରି ଅଯଥା ସନ୍ଦେହ ସୃଷ୍ଟି କରି ଏଭଳି କାମ କଲେ I ମୁଁ ଏଭଳି କୌଣସି କାମ କରିନାହିଁ କି ପ୍ରକୃତି ଙ୍କ ସହିତ ସେଭଳି ସମ୍ପର୍କ ନାହିଁ , ଆମେ ଭଲ ବନ୍ଧୁ I ଏପଟେ ପ୍ରକୃତି ମିଶ୍ର କହିଛନ୍ତି କି ବର୍ଷା ହେଉଥିବାରୁ ବାବୁଶାନ୍ ତାଙ୍କୁ ପିକ୍ଅପ୍ କରିବାକୁ ଯାଇଥିଲେ ।
କିନ୍ତୁ ବାବୁଶାନ ଙ୍କ ପତ୍ନୀ ଏକଥା ବୁଝି ନପାରି ମତେ ମାଡ ମାରିଲେ I ମୋ ସନମାନ ଗଲା I ପ୍ରକୃତି ଙ୍କ ବାପା ମନ୍ମଥ ମିଶା କହିଛନ୍ତି ହିରୋ ହିରୋଇନ ଏକାଠି କାମ କରିବେ କିନ୍ତୁ ଏହାକୁ ନେଇ ଯେଭଳି ଇଜ୍ଜତ ର ଧଯିଆ ଉଡ଼ାଗଲା ଏନେଇ ପ୍ରକୃତି ଥାନାରେ ଏତଲା ଦେବ I