ସ୍ୱତନ୍ତ୍ର ଉପସ୍ଥାପନା : ଗୋପାଳ ଚନ୍ଦ୍ର ,ଓଡ଼ିଆ ରେ ଗୋଟେ ଢଗ ଅଛି ଗରିବ ପୁଅ ସବୁରି ଶଳା ,ଯାହାକି ଆପଣମାନେ ମର୍ମେ ମର୍ମେ ନିଭେଇ ଥିବେ ଟୁଁଗୁରୁ ଭୋଳ ବର୍ଷା ଘଟଣାରେ I ଗରିବ ପିଲାଟିଏ, ସୁଦୂର ଗାଁରୁ ଆସି ରାଜଧାନୀ ଭୁବନେଶ୍ୱରରେ ଅଟୋ ଚଳାଉଥିଲେ। ଆଉ ଅଟୋ ଯାତ୍ରା ରେ ପ୍ରେମରେ ପଡିଯାଇଥିଲେ ବର୍ଷା ଭାଉଜ ଙ୍କ ସହିତ ତାଙ୍କ ବ୍ୟକ୍ତିଗତ ଜୀବନର ଘଟଣା କୁ ଯେଉଁଭଳି ଭାବରେ ମିଡିଆରେ ଲାଇଭ ଟେଲିକାଷ୍ଟ କରାଗଲା
ଏବଂ ସଂଗୀତକାର ମାନେ ଡର୍ଜନ ଡର୍ଜନ ଆଲବମ ତିଆରି କରି ଇଜ୍ଜତ କୁ ନିଲାମ କଲେ ଏବେ ପ୍ରକୃତି ମିଶ୍ର ଏବଂ ବାବୁଶାନ ଙ୍କ ଘଟଣା ଭାଇରଲ ହେବାପରେ ସୋସିଆଲ ମିଡିଆରେ ଗୋଟିଏ ପ୍ରଶ୍ନ , ୟାଙ୍କୁ ନେଇକି ଆଲବମ୍ କରିପାରିବେ କି ? ଦମ୍ ଅଛି ସଂଗୀତକାର ଙ୍କର ? ବୋଧହୁଏ ନା କାହିଁକି ନା ୟେ ସେଲିବ୍ରିଟି ବଡ ଲୋକ ,ୟାଙ୍କୁ ନେଇ ଆଲବମ୍ କରିବାର ସତ ସାହସ ବି ଆସିବନି I
ତେବେ ଟୁଁଗୁରୁ ବର୍ଷା କାହିଁକି ? କଣ ସତରେ କେବଳ ଗରିବ ପୁଅ ସବୁରି ଶଳା ? ଏନେଇ ତପନ କୁମାର ଗାହାଣ ଲେଖିଛନ୍ତି କି ସଙ୍ଗୀତ ନିର୍ମାତା ମାନଙ୍କର ଯଦି ଦମ୍ ଅଛି ଟୁଙ୍ଗୁରୁ ଭୋଳ ଭଳି ଏମାନଙ୍କ ନାଁରେ ଗୀତ କରିକି ଦେଖାଅ I
ସେହିଭଳି ସରିତା ଧଳ ଲେଖିଛନ୍ତି କି ,ଆଉ ଟିକେ ପରେ ଚାରି ଆଡେ ହାଲା ହେବ, ଏଇଟା real ନୁହେଁ reels, ମାନେ film ସୁଟିଂ ଚାଲିଥିଲା.. ଏମାନେ celebrity, ଟୁଁଙ୍ଗୁରୁ କି ବର୍ଷା ନୁହେଁ