ସୁନା ସଂସାର ରେ ନିଆଁ ଲଗେଇ ମୋ ସଂସାର ଭାଙ୍ଗୁଛି ପ୍ରକୃତି -ବାବୁଶାନ ଙ୍କ ପତ୍ନୀ ତୃପ୍ତି

ଘର ଝଗଡା ଏବେ ରାଜରାସ୍ତାରେ I ସୁପରଷ୍ଟାର ଏବଂ ପ୍ରକୃତି ଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସବୁଆଡେ ଗୋଟିଏ କଥା କାହିଁକି ବାବୁଶାନ ଙ୍କ ସ୍ତ୍ରୀ ପିଟିଲେ ପ୍ରକୃତି ମିଶ୍ର ଙ୍କୁ I ରାଜରାସ୍ତା ରେ ହାଇଡ୍ରାମା ତାହା ପୁଣି ସୁପରଷ୍ଟାର ବାବୁଶାନ ଙ୍କୁ ନେଇ I

ରାସ୍ତା ମଝିରେ ଗୋଡେଇ ଗୋଡେଇ ପିଟିଛନ୍ତି ବାବୁଶାନ ଙ୍କ ପତ୍ନୀ ପ୍ରକୃତି ମିଶ୍ର ଙ୍କୁ ,ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହେବାରେ ଲାଗିଛି I ଭିଡିଓ ରେ ଦେଖାଯାଇଛି କି ପ୍ରକୃତି ଏବଂ ବାବୁଶାନ ଏକ କାର ରେ ଏକାଠି ଅଛନ୍ତି ଏବଂ ବାବୁଶାନ ଙ୍କ ପତ୍ନୀ ପ୍ରକୃତି ଙ୍କୁ ଗୋଡେଇ ଗୋଡେଇ ପିଟୁଛନ୍ତି I ପ୍ରକୃତି ମିଶ୍ର ମାଡ ଖାଇ ଜୀବନ ବିକଳ ରେ ଦୌଡୁଛନ୍ତି , ହେ ଭାଇମାନେ ମତେ ରକ୍ଷା କର , ୟେ ମତେ ମାରିଦେବ I ତଥାପି ଶୁଣୁନାହାନ୍ତି ବାବୁଶାନ ଙ୍କ ପତ୍ନୀ ,ଗୋଡେଇ ଗୋଡେଇ ପିଟୁଛନ୍ତି ଚୁଟି ଧରିକି I

ଏବଂ କହୁଛନ୍ତି କି ମୋ ଘର ଭାଙ୍ଗିଦେଲା ଏଇ ପ୍ରକୃତି I ତତେ ଆଜି ମୁଁ ଛାଡିବିନି ,ତେବେ ବିଶ୍ୱସ୍ତ ସୂଚନା ଅନୁଯାୟୀ କିଛିଦିନ ତଳେ ପ୍ରକୃତି ବାବୁଶାନ ଙ୍କ ପ୍ରେମମ ସିନେମା ପରେ ଉଭୟ ଙ୍କ ମଧ୍ୟରେ ମତାନ୍ତର ପ୍ରେମ ସମ୍ପର୍କ ଗଢି ଉଠିଥିବା ପତ୍ନୀ ସନ୍ଦେହ କରୁଥିଲେ

ଆଜି ଉଭୟ ଙ୍କୁ ଏକାଠି ପାଇବା ପରେ ରାଗ ପଞ୍ଚମ କୁ ଉଠିଯାଇଥିଲା ,ତାପରେ ନାଦି ଦେଇଥିଲେ ନିସ୍ତୁକ ମାଡ ପ୍ରକୃତି ମିଶ୍ର କୁ I ବିଚରା ପ୍ରକୃତି ଯେତେ ଦୌଡୁଥିଲେ ବି ଛାଡ଼ିନଥିଲେ ବାବୁଶାନ ଙ୍କ ପତ୍ନୀ I

Leave a Comment