ପ୍ରଭାବ ପଡୁନି ବାପା ଙ୍କ ପଦ୍ୟାନ୍ତରୀ , ପ୍ରକୃତିଙ୍କ ପ୍ରକୃତି ଛଡା କାମ

ଗତକାଲି ଠାରୁ ତ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ଯାଏଁ ପ୍ରକୃତି ମିଶ୍ର ଏବଂ ବାବୁଶାନ ଙ୍କ ଭିଡିଓ କୁ ନେଇ କିଭଳି ତୁମ୍ବି ତୁଫାନ ଚାଲିଛି ନକହିବା ଭଲ I ପ୍ରକୃତି ବାବୁଶାନ ଙ୍କ ସାଂସାରିକ ଜୀବନ ଭାଙ୍ଗିଦେଉଥିବା ଅଭିଯୋଗ ଆଣି ଗୋଡେଇ ଗୋଡେଇ ନିର୍ଘାତ ପିଟିଥିଲେ ବାବୁଶାନ ଙ୍କ ପତ୍ନୀ I ତେବେ ପ୍ରକୃତି ମିଶ୍ର ନିଜ ଅଭିନୟ ଅପେକ୍ଷା ବାପା ଙ୍କ ସୁନାମ ପାଇଁ ବେଶ ଜଣାଶୁଣା I ମନ୍ମଥ ମିଶ୍ର ଓଡ଼ିଆ ସଂଗୀତ ର ଏକ ବିଶାଳ ପରିଚୟ I ମନ୍ମଥ ଙ୍କ ନାମ ଆସିଲେ ସ୍ୱତଃ ମନରେ ଭକ୍ତି ଏବଂ ସନମାନ ଆସିଯାଏ , କିନ୍ତୁ ଝିଅ ଙ୍କ କାଣ୍ଡ କାରନାମା ଏବେ ଚର୍ଚାରେ I ଯଦିଓ ମନ୍ମଥ ମିଶ୍ର ସଫେଇ ରଖିଛନ୍ତି ଯେ ତାଙ୍କ ଝିଅ ପୁରା ଠିକ କିନ୍ତୁ ଅତୀତ ରେ ପ୍ରକୃତି ଙ୍କ ଏଭଳି କିଛି କାରନାମା ଚର୍ଚାରେ ରହି ଆସିଛି I

ଡିସେମ୍ବର 2019 ରେ ହୀରାକୁଦ୍ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଫଟୋ ଓ ଭିଡିଓ ଉଠାଇ ସୋସିଆଲ ମିଡିଆରେ ଭାଇରଲ କରି ବିବାଦ କୁ ଆସିଥିଲେ ପ୍ରକୃତି ଏବଂ ଆମେ ଛୋଟପିଲା କ୍ଷମା କରିଦିଅନ୍ତୁ କହିଥିଲେ I କେବଳ ଏତିକି ନୁହେଁ ,ଜୁଲାଇ 2020 ରେ ଏକ ନିର୍ଦ୍ଧିଷ୍ଟ ମଦ କମ୍ପାନୀ ର ବିଜ୍ଞାପନ କରି ସମାଲୋଚନାର ଶିକାର ହୋଇଥିଲେ I ମଦ କମ୍ପାନୀ ମ୍ୟାକ୍ ଡୋଲସ୍ ନଂ୧ ର ମଦର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି କମ୍ପାନୀର ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା I ପ୍ରକୃତି ନିଜ ଫେସ୍‌ବୁକ ପେଜ୍‌ରେ ଏକ ଫଟୋ ଛାଡ଼ିଥିଲେ।

ଫଟୋରେ ସେ ଗୋଟିଏ ଘରର ପାହାଚ ଉପରେ ଜଣେ ଯୁବକଙ୍କ ସହ ବସିଛନ୍ତି। ଉଭୟଙ୍କ ମଝିରେ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ହ୍ବିସ୍କି ବୋତଲ ଥୁଆହୋଇଛି। ଯୁବକ ଜରକ ଗୋଟିଏ କାଚ ଗ୍ଲାସରେ ମଦ ଧରିଥିବା ବେଳେ ତାଙ୍କ ସହ ଅତ୍ୟତ୍ସ ଉତ୍ସାହ ଓ ଖୁସିରେ ହାତ ମିଳାଇଛନ୍ତି ପ୍ରକୃତି ମିଶ୍ର।

ସେହି ମଦ ଭଳି ତାଙ୍କର ପ୍ରକୃତ ବନ୍ଧୁତା ସମତାଳ, ସାବଲୀଳ ଓ ଉତ୍କୃଷ୍ଟ ବୋଲି ଫଟୋରେ ଲେଖିଥିଲେ ପ୍ରକୃତି। ପ୍ରାୟ ବିବାଦ ରେ ରହି ଆସୁଥିବା ପ୍ରକୃତି ଙ୍କ ବାପା ଜଣେ ଏତେ ସୁନାମ ଧନ୍ୟ ବ୍ୟକ୍ତି ହେଇଥିବା ବେଳେ ଝିଅ ଙ୍କ ଏଭଳି କାରନାମା ସବୁ ଦେଖି ଲୋକେ କହୁଛନ୍ତି ପ୍ରକୃତି ଙ୍କ ପ୍ରକୃତି ଛଡା କାମ I

Leave a Comment