ବାବୁଶାନ ଙ୍କୁ ଅତ୍ୟଧିକ ନିଶା ଦେବା ଅଭିଯୋଗ ,ପ୍ରକୃତି ମିଶ୍ର ଙ୍କ ଘରେ ପୋଲିସ

ବାବୁଶାନ ପ୍ରକୃତି ଘଟଣାରେ ସାରା ରାଜ୍ୟ ଉଠୁଛି ପଡୁଛି I ଏପଟେ ପ୍ରକୃତି ଙ୍କ ବିରୁଦ୍ଧରେ ବାବୁ ଙ୍କ ପତ୍ନୀ ଗୁରୁତର ଅଭିଯୋଗ ଆଣି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଥାନା ପକ୍ଷରୁ ଉଭୟ ଙ୍କୁ ହାଜର ହେବାକୁ ନୋଟିସ ଦିଆଯାଇଥିଲା କିନ୍ତୁ କେହି ଉପସ୍ଥିତ ନହେବାରୁ ଶେଷରେ ଆଜି ଖାରବେଳନଗର ଥାନାର ଏକ ଟିମ୍ ପ୍ରକୃତି ମିଶ୍ରଙ୍କ ଘରେ ପହଞ୍ଚିଛି।

ବାବୁସାନ୍‌ଙ୍କ ପତ୍ନୀ, ପ୍ରକୃତିଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ କି ସେ ତାଙ୍କ ସଂସାର ଭାଙ୍ଗି ଦେବାକୁ ଚେଷ୍ଟା କରୁଛନ୍ତି , ବାବୁ ଙ୍କୁ ଅତ୍ୟଧିକ ନିଶା ସେବନ କରାଉ ଛନ୍ତି ପ୍ରକୃତି , ଏପରିକି ବାବୁଶାନ ଙ୍କୁ ପ୍ରକୃତି ମିଶ୍ର ଚରସ୍, ଗଂଜେଇ ଓ ମଦ ପିଇବାକୁ ବାଧ୍ୟ କରୁଥିଲେ। ଏବଂ ତାଙ୍କୁ ବ୍ଲାକମେଲିଂ କରି ହଇରାଣ କରୁଥିଲେ I

ଆଜି ପୋଲିସ ପହଁଚି ଘଟଣାର ତଦନ୍ତ ଜାରି ରଖିଛି , ଏପଟେ ଘଟଣା ପରେ ପ୍ରକୃତି ଙ୍କ ବାପା ମା ଚେନାଇ ରେ ପହଂଚି ଝିଅ ର ମନୋବଳ ଦୃଢ କରିଥିବା ବେଳେ ଏଯାଏଁ ବାବୁଶାନ କେଉଁଠି ଖବର ମିଳିପାରିନାହିଁ I

Leave a Comment