ଅର୍ଧେନ୍ଦୁ ଙ୍କ ଗିରଫ କୁ ଏକ ମାସ ବିତିବାକୁ ଯାଉଛି ଏବଂ ବର୍ତମାନ ଜାମିନ ମିଳିନାହିଁ ବଡଖବର ସମ୍ପାଦକ ଅର୍ଧେନ୍ଦୁ ଦାସ କୁ I ଦିଲ୍ଲୀର ସଲ୍ୟୁସନ ବ୍ରଡକାଷ୍ଟର ଗଗନଦୀପ ସିଂ ଙ୍କ ଅଭିଯୋଗ କ୍ରମେ ଇଓଡବ୍ଲ୍ୟୁ ବଡଖବର ସମ୍ପାଦକ ଅର୍ଧେନ୍ଦୁ ଙ୍କୁ ଗିରଫ କରିଥିଲେ I
ଅର୍ଧେନ୍ଦୁ ଙ୍କୁ ଯେଉଁଭଳି ଭାବରେ ପାଟି ଚୁପ କରାଇ ଅପଦସ୍ତ କରାଯାଇ ଗିରଫ କରାଗଲା ତାହା ମିଡ଼ିଆ ଜଗତରେ ବୋଧହୁଏ ପ୍ରଥମ ଥର ପାଇଁ ଘଟିଲା I ତେବେ ୯୭ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ରେ ବଡଖବର ଅଫିସ ରେ ମଧ୍ୟ ଚଢ଼ାଉ କରିଥିଲେ ଇଓଡବ୍ଲ୍ୟୁ I
ବଡଖବର ସମ୍ପାଦକ ଗିରଫ ହେବାପରେ ଅଫିସ ଚାଲିଥିବା ଘର ମାଲିକ ବିଶ୍ୱଜିତ ସାହୁ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ତେବେ ଅର୍ଧେନ୍ଦୁ ଙ୍କ ଜାମିନ ଖାରଜ ହେଇ ଯାଇଥିବା ବେଳେ ଏପଟେ ବନ୍ଦ ହେଇ ପଡିଛି ବଡଖବର I ଅଫିସ ରୁ ବିଦ୍ୟୁତ କାଟି ଦିଆଯାଇଛି I ଅଧିକାଂଶ ରିପୋର୍ଟର ସଂସ୍ଥା ଛାଡି ଅଲଗା ଗଣମାଧ୍ୟମ କୁ ଚାଲିଗଲେଣି I ଏପଟେ ବଡଖବର ର ସୋସିଆଲ ମିଡ଼ିଆ ରେ ଜୁଲାଇ 3 ରୁ ଆଉ କିଛି ଖବର ଆସୁନାହିଁ I
ଏବେ ସବୁଠି ଗୋଟିଏ ପ୍ରଶ୍ନ ବନ୍ଦ ହେଇଯିବ କି ବଡଖବର ! ଲୋକଙ୍କ ପାଇଁ କହୁଥିବା ଚାନେଲ ର ଅନ୍ତ ହେଇଯିବ କି ? ନା ପୁଣି ଅର୍ଧେନ୍ଦୁ ଥାନାରୁ ଫେରିଲା ପରେ ଆଉଥରେ ଅର୍ଣ୍ଣବ ଙ୍କ ଭଳି ସରକାର ଙ୍କ ବିରୁଧରେଗ ରଜିବେ !