ଯଦୁବଂଶ ଧ୍ବଂସ ହେବା ଆଗରୁ ପ୍ରକୃତିଙ୍କ କ୍ୟାରିଅର ଧ୍ବଂସ ହେବାକୁ ଯାଉଛି ,ସିନେମା ରେ ମିଳିନପାରେ କାମ

ସୋସିଆଲ ମିଡିଆରେ ପ୍ରକୃତି ବାବୁ ଙ୍କ ଭିଡିଓ ଭାଇରଲ ହେବାପରେ ଯଦିଓ ଉଭୟ ଙ୍କର ଭୁଲ କିନ୍ତୁ ବେଶୀ ସମାଲୋଚନା ର ଶିକାର ହେଉଛନ୍ତି ପ୍ରକୃତି ଏବଂ ତାଙ୍କ ପରିବାର I ନିଜକୁ ସଫେଇ ଦେବା ପାଇଁ ପ୍ରକୃତି କହିଥିଲେ କି ସେ ବ୍ରାଣ୍ଡ , 4ଜଣଙ୍କୁ ପୋଷି ପାରିବେ ଦରମା ଦେଇକି ,ଏପରିକି ବାପା ମନ୍ମଥ ମଧ୍ୟ କହିଥିଲେ ପ୍ରକୃତି ବମ୍ବେ ରେ କାମ କରୁଛି , ବାବୁଶାନ ବଲିୟୁଡ଼ ରେ କାମ କରିବ ବୋଲି ପ୍ରକୃତି ମିଶ୍ର ସହିତ ମିଶୁ ଥିଲା I

ତେବେ କୁହାଯାଏ ଅତି ଗର୍ବେ ହତ ଲଙ୍କା , ନିଜକୁ ବ୍ରାଣ୍ଡ କହି ଭିଡିଓ ଛାଡିଥିବା ପ୍ରକୃତି ଙ୍କ ମାତ୍ର କିଛି ଘଣ୍ଟା ପରେ ତନିସ୍କ ଭଳି କମ୍ପାନୀ ନିଜର ବିଜ୍ଞାପନ ରୁ ପ୍ରକୃତି ଙ୍କୁ ବିଦା କରିଛି , କେବଳ ବିଦା କରିନି ରାସ୍ତାରେ ଲାଗିଥିବା ବଡ ବଡ ହୋଡିଂ କୁ ବାହାର କରିଦେଇଛି କମ୍ପାନୀ I କୁହାଯାଉଛି ଯେହେତୁ ପ୍ରକୃତି ବିବାଦ ରେ ଅଛନ୍ତି ତେଣୁ ଏହାର ପ୍ରଭାବ ସିଧାସଳଖ କମ୍ପାନୀ ର ବ୍ୟବସାୟିକ ଉପରେ ପଡିପାରେ ସେଥିପାଇଁ ଏଭଳି ନିଷ୍ପତି ନେଇଛି କମ୍ପାନୀ I

ଏପଟେ ନାମିଦାମୀ ସିନେମା ନିର୍ଦେଶକ ଅଶୋକ ପତି ଙ୍କ ଠାରୁ ଆରମ୍ଭ କରି ସଞ୍ଜୟ ନାୟକ ବାବୁଶାନ ସପକ୍ଷରେ ମତ ଦେଇ ପ୍ରକୃତି ଙ୍କୁ ସମାଲୋଚନା କରିଛନ୍ତି I ଏବେଠୁ ଚର୍ଚା ହେଉଛି ହୁଏତ ଆଗାମୀ ଦିନରେ ପ୍ରକୃତି ଙ୍କୁ ଓଡ଼ିଆ ସିନେମା ରେ କାମ ମିଳିନପାରେ I ନିଜକୁ ବ୍ରାଣ୍ଡ କହୁଥିବା ପ୍ରକୃତି ଙ୍କ କ୍ୟାରିଅର ଧୀରେ ଧୀରେ ହ୍ରାସ ହେଇଯିବ କି ?

 

Leave a Comment