ସବୁ ବିବାଦ ର ଘଟିଛି ଅନ୍ତ ,ପ୍ରକୃତି ମିଶ୍ର ଏବଂ ବାବୁଶାନ ନିଜ ନିଜ ଘରକୁ ଫେରି ଆସିଛନ୍ତି I ବାବୁଶାନ ଙ୍କ ପ୍ରତିକ୍ରିୟା କୁ ସମସ୍ତେ ଚାହିଁ ରହିଥିବା ବେଳେ ଗଣମାଧ୍ୟମ ସାମ୍ନା ରେ ମା ଅପରାଜିତା ପ୍ରତିକ୍ରିୟା ରଖିଥିଲେ କି ସେ ଏବେ ଅସୁସ୍ଥ , ବିଶ୍ରାମ ନେବାପରେ ନିଜେ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିବ I ତେବେ ଗତକାଲି ବାବୁଶାନ ଘରେ ପହଁଚିବା ପରେ ମା ଙ୍କୁ ଦେଖି ନିଜର ଲୁହ ସମ୍ଭାଳି ପାରିନଥିଲେ I
ଏପଟେ ମା କିନ୍ତୁ କହିଥିଲେ ତୁ ମତେ ନୁହେଁ ବୋହୁ କୁ କ୍ଷମା ମାଗେ , ମୁଁ ତୋ ମା ସବୁବେଳେ ତୋର I ମା ଙ୍କ କଥାରେ ବୁଝି ଯାଇଥିଲେ ବାବୁଶାନ I ଏତେସବୁ ବିବାଦ ପରେ ବି ପତ୍ନୀ ଙ୍କୁ ଫୋନ କରି କ୍ଷମା ମାଗିଛନ୍ତି ବାବୁଶାନ I
ଏନେଇ ସଞ୍ଜୟ ନାୟକ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ଯେ ବାବୁଶାନ 7/8 ଥର ସ୍ତ୍ରୀ ସହିତ କଥା ହେଇ ସାରିଲାଣି , ଉଭୟ ଙ୍କ ମଧ୍ୟରେ ଥିବା ମତାନ୍ତର ଖୁବ ଶୀଘ୍ର ଦୂର ହେବ I ବାବୁଶାନ ପୁଣି ନିଜ ପରିବାର କୁ ଫେରିଯିବେ I