ସାମ୍ନା କୁ ଆସିଲା ବାବୁଶାନ ପ୍ରକୃତି ଙ୍କ ଅଡିଓ , କଷ୍ଟ ସହି ପାରୁନି ତୁ ବୁଝିପାରିବୁନି ଆଈ ଲଭ ୟୁ

ବାବୁଶାନ ପ୍ରକୃତି ଙ୍କୁ ନେଇ ଓଡିଶା ପଡୁଛି ଉଠୁଛି , ବାବୁଶାନ ଚେନ୍ନାଇ ରୁ ଆସି ଘରେ ବିଶ୍ରାମ ନେଉଥିବା ବେଳେ ,ଦୁଇଦିନ ପରେ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି I ଏପଟେ ବାବୁଶାନ ପ୍ରକୃତି ଙ୍କ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ଯେଉଁଥିରେ ପ୍ରକୃତି ଙ୍କ ସ୍ୱର ରେ ଶୁଭାଯାଉଛି କାନ୍ଦୁଛନ୍ତି ଏବଂ କହୁଛନ୍ତି ବହୁତ କଷ୍ଟ ହେଉଛି


ବାବୁଶାନ ଙ୍କ ସ୍ୱର : ସବୁବେଳେ ତୋର କ’ଣ ରାଗିବା ଦରକାର, ଆରେ ଶୁଣେ ରେ… କ’ଣ ହୋଇଛି କି? ପ୍ରକୃତି ଙ୍କ ସ୍ୱର ରେ ଶୁଭାଯାଉଛି : କିଛି ନାହିଁ, କହିବି କାଲି ଦେଖା ହେଲେ, ବହୁତ କଷ୍ଟ ହେଉଛି , କଷ୍ଟ ସହିପାରୁନି । ତୁ ସେଇଟା ବୁଝି ପାରିବୁନି I ବାବୁଶାନ ଙ୍କ ସ୍ୱର ରେ ଶୁଭାଯାଉଛି କି ସରି ସରି ସରି… ତୋ ଗୋଡ଼ ଧରିକି ‘ସରି’ କହୁଛି । ମୁଁ କ’ଣ କରିବି କହିଲୁ? ତୁ ଭ୍ୟାକ୍ସିନ ନେଇଛୁ । ସେଥିପାଇଁ କଷ୍ଟ ହେଉଛି ।

ତୁ କ’ଣ ଖାଇ ଦେ, ରେଷ୍ଟ ନେ…ପରେ ଶୁଭାଯାଉଛି ଆଇ ଲଭ ୟୁ I ଏଭଳି ଏକ ଅଡିଓ ଏବେ ସୋସିଆଲ ମିଡିଆରେ ପୁରା ଚହଳ ପକାଇଛି I ତେବେ ଏହା ବାସ୍ତବ ରେ ପ୍ରକୃତି ଏବଂ ବାବୁଶାନ ଙ୍କର କି ନାହିଁ ସେ ନେଇ ଉଭୟ କେହି ମୁଁହ ଖୋଲି ନାହାନ୍ତି I

Leave a Comment