ସୋଦୁଛନ୍ତି ପୁଣି ମିଲିଅନରେ ଏମିତି ଖବର ଦେଖୁଛନ୍ତି ବୋଲି ଆମେ ଗଣମାଧ୍ୟମ ଦେଖାଉଛୁ -ମନୋରଞ୍ଜନ ମିଶ୍ର

ଗଣମାଧ୍ୟମ ର ଖବର ପ୍ରସାରଣ କୁ ନେଇ ଏବେ ସାଧାରଣ ଦର୍ଶକ ପ୍ରଶ୍ନ ଉଠାଇବାରେ ଲାଗିଲେଣି I ବର୍ଷା ଟୁଁଗୁରୁ ହେଉ କି ଏବେର ବାବୁଶାନ ପ୍ରକୃତି, ମିଡ଼ିଆ ଯେଉଁଭଳି ଭାବରେ ଦିନରାତି ଏକ କରି ଏଭଳି ଖବର କୁ ଅତ୍ୟଧିକ ଗୁରୁତର ସହିତ ଘଣ୍ଟା ଘଣ୍ଟା ଲାଇଭ କରୁଛନ୍ତି ସାଧାରଣ ପବ୍ଲିକ ଏହାକୁ ନେଇ ଶୋଧିବା ଆରମ୍ଭ କରିଦେଲେଣି I ତେବେ ପବ୍ଲିକ ଙ୍କ ଗାଳି ରୁ ବଂଚିବା ପାଇଁ ନିଜକୁ ସଫେଇ ଦେଇ କନକ ନିଉଜ ସମ୍ପାଦକ ମନୋରଞ୍ଜନ ମିଶ୍ର ଲେଖିଛନ୍ତି କି

ଲୋକ ମାନେ ଗଣମାଧ୍ୟମ କୁ ଏମିତି ଖବର ପାଇଁ ସୋଦୁଛନ୍ତି କିନ୍ତୁ ସେଇ ଖବର କୁ ମିଲିୟନ ରେ ଦେଖୁଛନ୍ତି. ତମେମାନେ ଦେଖୁଛ ବୋଲି ଆମେ ଦେଖାଉଛୁ , ଲୋକ ମାନେ ଏମତି ଖବର ରେ ରୁଚି ନ ରଖିଲେ ଗଣ ମାଧ୍ୟମ ମଧ୍ୟ ଏମିତି ଖବର ଦେଖେଇ ବନି I ତେବେ ମନୋରଞ୍ଜନ ଙ୍କ ପାଇଁ ଏହାକୁ ନେଇ କିଛି ମାତ୍ରା ରେ ସମର୍ଥନ ଆସୁଥିବା ବେଳେ ସମାଲୋଚନା ମଧ୍ୟ ଆସୁଛି I କିନ୍ତୁ ବରିଷ୍ଠ ତଥା ନିର୍ଭିକ ସାମ୍ବାଦିକ ଅପୂର୍ବ ରଞ୍ଜନ ପଣ୍ଡା ନିଜ ଟାଇମ ଲାଇନ ରେ ଲେଖିଛନ୍ତି କି ଦୁର୍ବଳ ରାଜା ଆଉ ଦୁର୍ବଳ ମନ୍ତ୍ରୀ/ଯେମିତି ନିଜ ଅପାରଗତା ପାଇଁ ଲୋକଙ୍କ କାନ୍ଧରେ ବନ୍ଧୁକ ଥୋଇ ଫୁଟାଏ….

ସେହିପରି ଦୁର୍ବଳ Editor ଲୋକଙ୍କ କାନ୍ଧରେ ବନ୍ଧୁକ ଥୋଇ Journalism ନାଁରେ pornalism କରେ…
ସମ୍ମାନସ୍ପଦ ପ୍ରିୟର ମନୋରଞ୍ଜନ ମିଶ୍ର sir… ସାମ୍ବାଦିକତା ପଢିଲା ବେଳୁ ଆମେ ଆପଣଙ୍କୁ follow କରିଛୁ..ଏପରିକି ପ୍ରତି ଶନିବାର ଆପଣଙ୍କ ଜନମଞ୍ଚ ଶୋ ସୁଟିଂ ଦେଖିବା ପାଇଁ ଗୋପାଳପୁର ଯାଇଛୁ…ଏଥିରେ କୌଣସି ଦୁଇମତ ନାହିଁ ଯେ ଆପଣ ଆମ ମାନଙ୍କ ପାଇଁ ଆଦର୍ଶ ଏବଂ ଉଦାହରଣ।

କିନ୍ତୁ ଏବେ ଆପଣଙ୍କ ଚ୍ୟାନେଲରେ ପ୍ରସାରିତ କିଛି ନ୍ୟୁଜ ଦେଖିଲା ପରେ ଏବଂ ଲୋକ ଚାହୁଁଛନ୍ତି ଯାହା ତାହା ଆମେ ଦେଖାଉଛୁ ବୋଲି ଆପଣ ନିଜ show ରେ କହିଲା ପରେ ଲାଗୁଛି ଯେ ଉଦାହରଣ ବାଛିବାରେ ବୋଧହୁଏ ଭୁଲ ହେଇଛି।

ଏଥିପାଇଁ କୌଣସି କର୍ମଚାରୀଙ୍କୁ ଦାୟୀ କରାଯିବ ନାହିଁ।କେବଳ ଆଉ କେବଳ ସମ୍ପାଦକ ଦାୟୀ।ଆମ ଦେଶରେ ରାଜା ଅନୁସାରେ ପ୍ରଜା ବ୍ୟବହାର/ବ୍ୟବସ୍ଥିତ ହୁଏ।ଆପଣ ଯେହେତୁ ଶସ୍ତା content କୁ ଗୁରୁତ୍ୱ ଦେଇଛନ୍ତି ତେଣୁ ଆପଣଙ୍କ କର୍ମଚାରୀ ମାନେ ଆପଣଙ୍କୁ ଖୁସି କରିବା ପାଇଁ ଶସ୍ତା content ପଛରେ ଧାଇଁଛନ୍ତି।

Leave a Comment