ଆଶା ର ଆଲୋକ ରେ ହେବ ସମାଧାନ ! ପଢନ୍ତୁ କଣ କହିଲେ ସମାଜସେବୀ ଶୁଭଶ୍ରୀ ଦାସ

ବାବୁଶାନ -ପ୍ରକୃତି -ତୃପ୍ତି ବିବାଦ ଏବେ ଗଣମାଧ୍ୟମ ଠାରୁ ଆରମ୍ଭ କରି ଓଡିଶା ମାର୍କେଟ ରେ ପୁରା ଚହଳ ପକାଇଛି I ବାବୁଶାନ ତୃପ୍ତି ଘଟଣା କେଉଁ ମୋଡ ନେବ ଏବେ ସମସ୍ତଙ୍କ ନଜର ରହିଛି I ଗତକାଲି ବାବୁଶାନ ଙ୍କ ଜନ୍ମଦିନ ଥିବାବେଳେ ଶଶୁର ଲଳିତ ଶତପଥୀ ବାବୁଶାନ ଙ୍କ ଘରେ ପହଂଚି ଶୁଭେଚ୍ଛା ଜଣାଇଛନ୍ତି କିନ୍ତୁ ଏବେବି ରାଗିକି ଅଛନ୍ତି ପତ୍ନୀ ତୃପ୍ତି I

ତେବେ ପରିବାର ଲୋକଙ୍କ ସୂଚନାନୁଯାୟୀ ଉଭୟ ପରିବାର ଙ୍କ ଆପୋଷ ଆଲୋଚନା ରେ ଘଟଣାର ମିଃମାଶା ହେବ ,ଏବଂ ତୃପ୍ତି ଙ୍କ ପାଖକୁ ଫେରିପାରନ୍ତି ବାବୁଶାନ I ତେବେ ଏହି ଘଟଣା କୁ ନେଇ ଏବେ ସୋସିଆଲ ମିଡିଆରେ ଗୋଟିଏ ଚର୍ଚା ଆଶାର ଆଲୋକ କୁ ଉଭୟ ଯାଆନ୍ତୁ ସେଠାରେ ସମାଧାନ ହେଇଯିବ ଏପରିକି ଏହି ଶୋ ର ଜଣେ ସଦସ୍ୟା ତଥା ସମାଜସେବୀ ଶୁଭଶ୍ରୀ ଦାସ ମୁଁହ ଖୋଲିଛନ୍ତି I

କହିଛନ୍ତି କି ଯଦି ସୁଯୋଗ ମିଳେ ତେବେ ନିହାତି ଉଭୟଙ୍କୁ ବୁଝାଇ ସମସ୍ୟା ର ସମାଧାନ କରିବାକୁ ଚେଷ୍ଟା କରିବି I ତେବେ ଆପଣ କଣ ଭାବୁଛନ୍ତି ଉଭୟ ଆଶା ର ଆଲୋକ କୁ ଯିବା ଉଚିତ କି ?

Leave a Comment