ସାରା ଭାରତ କୁ ପେଟ୍ରୋଲ ଦର କିଲିବିଲି କରୁଥିବା ବେଳେ ଏବେ ଓଡିଶା ପାଇଁ ଆସିଛି ଖୁସିର ଖବର I ପୁରୀ ଜିଲ୍ଲା ଗୋପବ୍ଲକରେ ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ ମିଳିଯାଇଛି I ଗତ ଏକବର୍ଷ ଧରି ଅଏଲ ଇଣ୍ଡିଆ ପକ୍ଷରୁ ଏକ ସର୍ଭେ ଆରମ୍ଭ ହେଇଥିଲା I ପ୍ରାଥମିକ ପର୍ଯ୍ୟାୟ ରେ ପୁରୀ ରେ ପେଟ୍ରୋଲ ଥିବା ଖବର ସେସ୍ମିକ୍ ସର୍ଭେ କରି ଜଣାଇଥିଲା I
ଏବଂ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା I ଏବେ ପ୍ରୋଜେକ୍ଟ କାମ ଆଗକୁ ବଢିଛି ,ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଆରମ୍ଭ ହୋଇଛି ଜମି ଲିଜ୍ ନେବା ପ୍ରକ୍ରିୟା । ସଂସ୍ଥାର ଜେନେରାଲ ମ୍ୟାନେଜର ଓ ଦଶ ଜଣିଆ ଟିମ୍ ପହଁଚି ୩୭ ଜଣ ଜମି ମାଲିକ ଙ୍କ ସହିତ ତିନି ବର୍ଷିଆ ଏଗ୍ରିମେଣ୍ଟେ କରିଛନ୍ତି ।
ଏ ବାବଦ କୁ ତିନି କୋଟି ଚାଳିଶି ଲକ୍ଷ ଟଙ୍କା ଚେକ ପ୍ରଦାନ କରାଯାଇଛି I ପ୍ରାୟ ଆଠ ଏକର ଜମିରେ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି oil Indiaର ଜେନେରାଲ ମ୍ୟାନେଜର ବି.ଏନ୍ ସାହୁ ସୂଚନା ଦେଇଛନ୍ତି I