ବାବୁଶାନ -ତୃପ୍ତି -ପ୍ରକୃତି ମାମଲା ପୁରା ସରଗରମ ହେଇ ବର୍ତମାନ ସୁଦ୍ଧା ବି ଘଟଣା ନରମ ପଡ଼ିନାହିଁ ,ସେପଟେ ମୁମ୍ବାଇ ପଳେଇଛନ୍ତି ଅଭିନେତ୍ରୀ ପ୍ରକୃତି I ରାଜରାସ୍ତା ରେ ପ୍ରକୃତି ଙ୍କୁ ଯେଉଁ ମାଡ ମାରିଲେ ତୃପ୍ତି ତାକୁ ନେଇ ତୃପ୍ତି ଙ୍କୁ ସାବାସୀ ମିଳୁଥିବା ବେଳେ ପ୍ରକୃତି ଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି I ତେବେ ୟା ଭିତରେ ଆସୁଛି ପ୍ରକୃତି ଙ୍କ ନୂଆ ଫିଲ୍ମ ଦ୍ରୌପଦୀ I
ଏହାର ଏକ ପୋଷ୍ଟର ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି କି କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ହେଇଯାଏ। କେବେ ନାରୀ କେଉଁ ଯୁଦ୍ଧର କାରଣ ସାଜିଛି ତ ପୁଣି କେବେ ଅଗ୍ନି ପରୀକ୍ଷା ଦେବାକୁ ବାଧ୍ୟ ହେଇଛି। ଯୁଗ ବଦଳି ଗଲାଣି କିନ୍ତୁ ବଦଳିନି ସେହି ନାରୀର କାହାଣୀ I