TPCODL କମର୍ସିଆଲ ଯେଇ ଙ୍କ ବଦଳି ରେ କାନ୍ଦିଲେ କର୍ମଚାରୀ, କୋହଭରା ବିଦାୟ କାଳୀନ ସମ୍ଭର୍ଦ୍ଧନା,

TPCODL କମର୍ସିଆଲ ଯେଇ ଙ୍କୁ କୋହଭରା ବିଦାୟ କାଳୀନ ସମ୍ଭର୍ଦ୍ଧନା I ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଟାଟା ପାୱାର ବିଜୁଳି ବିଭାଗର କମର୍ସିଆଲ ଜେଇ ଗୋପାଳ ଚନ୍ଦ୍ର ପତି ଙ୍କୁ ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ବିଭାଗର ମ୍ୟାନେଜର ମିତ୍ରଭାନୁ ମହାପାତ୍ର, ଏସ ଡି ଓ ଶୁଭକାନ୍ତ ପ୍ରଧାନ, ସେକ୍ସନ ଇନ୍ ଚାର୍ଜ ଶୁଭାଶିଶ ମହାନ୍ତି, ଅନ୍ୟମାନଙ୍କ ମଧ୍ୟରେ ପିଲୁ ସାମଲ, ପ୍ରଶାନ୍ତ ବେହେରା, ସୁଶାନ୍ତ ଦାସ, ରାଜ କିଶୋର ସାହାଣି, ସୁଶାନ୍ତ ବେହେରା, ବିକ୍ରମ ମହାନ୍ତ, ମିଲନ ଧଳ ଓ ଏସ ଏସ ଜି ମହିଳା ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଗୋପାଳ ଚନ୍ଦ୍ର ପତି ବଅଁରପାଳ ବିଜୁଳି ବିଭାଗରେ ଜେଇ ଭାବେ ମାର୍ଚ୍ଚ ୨୦୨୧ ରୁ ୦୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ କର୍ତ୍ତବ୍ୟନିଷ୍ଠ ଓ ଆନ୍ତରିକତାର କାର୍ଯ୍ୟ କରିଥିଲେ। ଆଜି ବିଦାୟକାଳୀନ କାର୍ଯ୍ୟକ୍ରମ ରେ ସମସ୍ତ ସହଯୋଗୀ କର୍ମଚାରୀ ଙ୍କ ଆଖିରେ ଆଖିଏ ଲୁହ ରେ ଜେଇଙ୍କୁ ବିଦାୟ ଦେଇଥିଲେ , ସମସ୍ତଙ୍କ ଆଖିର ଲୁହ ସତେ ଯେମିତି କହୁଥିଲା ସାର୍ ଆପଣ ଯାଆନ୍ତୁ ନାହିଁ ।

Leave a Comment