ଟେନସନରେ ବିଜେଡି, ଦ୍ରୌପଦୀ ମୁର୍ମୁଙ୍କ ବାହାନାରେ ସରକାର ଗଢ଼ିବ ବିଜେପି

ଆଜି ଓଡିଶା ଆସୁଛନ୍ତି ବିଜେପି ର ଚାଣକ୍ୟ ଅମିତ୍ ଶାହା I ଅମିତ୍ ଶାହା ଙ୍କ ଓଡ଼ିଶା ଗସ୍ତ କୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ I ଅମିତ୍ ଶାହା ସ୍ବତନ୍ତ୍ର ବିମାନରେ କଡ଼ା ସୁରକ୍ଷାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏବଂ ସକାଳ ୮ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏହାପରେ କଟକ ଯାଇ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ପରେ ପରେ ଇଣ୍ଡୋର ଷ୍ଟାଡିୟମ୍‌ରେ ପାଳନ ହେବାକୁ ଥିବା ପ୍ରଜାତନ୍ତ୍ର ଖବର କାଗଜର ୭୫ତମ ବର୍ଷ ପୂରଣ ଉତ୍ସବରେ ଯୋଗଦେବେ।

ତେବେ ଏହା ବ୍ୟତୀତ ଅମିତ୍ ଙ୍କ ଗସ୍ତ ଏଥିପାଇଁ ଚର୍ଚା ଜେ କିଛିଦିନ ତଳେ ତାଙ୍କ ଉପରେ ଏକ ପୁସ୍ତକ ଉନ୍ମୋଚନ ହେଇଥିଲା ଯାହାକୁ ବିଜେଡି ନେତା ସୌମ୍ୟ ପଟ୍ଟନାୟକ ଉନ୍ମୋଚିତ କରିଥିଲେ I
ଏବେ ପୁଣି ଆଉ ଜଣେ ବିଜେଡି ନେତା ଭର୍ତୁହରି ଙ୍କ ଖବର କାଗଜ ପ୍ରଜାତନ୍ତ୍ର ର ସ୍ଵତନ୍ତ୍ର ଦିବସ ରେ ଶାହା ଯୋଗ ଦେବେ I
ନିକଟରେ ଓଡ଼ିଆ ଝିଅ ଙ୍କୁ ଦେଶ ର ସର୍ବୋଚ୍ଚ ଆସନ ରେ ବସାଇ ଓଡ଼ିଶା ଲୋକଙ୍କ ମନରେ ବିଶ୍ବାସ ଜିତିଥିବା ବିଜେପି ଆଗାମୀ ଦିନରେ ଏହା ର ଫାଇଦା ଉଠାଇବାକୁ ଜୋରଦାର ଉଦ୍ୟମ କରୁଛି I

୨୦୨୪ ଲୋକସଭା ଏବଂ ଓଡିଶାର ବିଧାନସଭା ନିର୍ବାଚନ ପାଇଁ ବିଜେପି ର ମୁଖ୍ୟ ଅସ୍ତ୍ର ହେବ ଆଦିବାସୀ ବହୁଳ ଅଞ୍ଚଳ I

ଆଦିବାସୀ ଓ ମହିଳାଙ୍କୁ ଆକର୍ଷିତ କରିବା ଉପରେ ଦଳର ଫୋକସ ରହିବ । ବିଜେପି ଦ୍ରୌପଦୀ ମୁର୍ମୁ ଓଡ଼ିଶାକୁ ପ୍ରଥମ ଥର ରାଷ୍ଟ୍ରପତି ଦେଇଛି । ଏବଂ ଏହାକୁ ସବୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛି ବିଜେପି ।

Leave a Comment